ଓଡ଼ିଶା

ଜନ୍ମ କଲା ମାଆକୁ ହତ୍ୟା କଲା ସଇତାନ ପୁଅ, କାହିଁକି ଜାଣନ୍ତୁ

କଟକ: ମାଆର ଜୀବନ ନେଇଗଲେ ନରହନ୍ତା ପୁଅ । କଟକ ମହାନଦୀବିହାର ଅଞ୍ଚଳରେ ଶନିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ନିଜ ଜନ୍ମ କଲେ ମାଆକୁ ହତ୍ୟା କଲ ପୁଅ । ହତ୍ୟାର କାରଣ ଅସ୍ପଷ୍ଟ ରହିଛି । ଗଳାକାଟି ଅତି ନିର୍ମମ ଭାବେ ହତ୍ୟା କରିବା ପରେ ଫେରାର ପୁଅ ।

ଏମିତି କିଛି ଅଭାବନୀୟ ଘଟଣା ଘଟିଛି ମହାନଦୀ ବିହାର ସ୍ଥିତ ଏକ ଘରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଛି ମହିଳାଙ୍କ ମୃତ ଦେହ । ମହିଳାଙ୍କ ଦୁଇ ନୃଶଂସ ପୁଅ ତାଙ୍କ ଗଳା କାଟି ତାଙ୍କୁ ହତ୍ୟା କରିଥିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଏନେଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଜଣେ ପୁଅକୁ ଗିରଫ କରିଥିବା ବେଳେ ଆଉ ଜଣେ ପୁଅ ଏଭଳି ଦୁଃସାହାସିକ କାଣ୍ଡ ଭିଆଇ ଫେରାର ଅଛି । ସେପଟେ ଚାଉଳିଆଗଞ୍ଜ ଥାନା ପୋଲିସର ଏହି ଘଟଣାରେ ମୃତ ଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇ ପଠାଇଥିବା ବେଳେ ଛାନଭିନ୍‌ ଆରମ୍ଭ କରିଛି । ଉଭୟ ମାନସିକ ରୋଗୀ ଥିବା କୁହାଯାଉଛି । ମାଆର ଗଳାକାଟି ହତ୍ୟା କରିଥିବା ଜଣାପଡିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com