ଓଡ଼ିଶା

‘ସୁଭଦ୍ରା’ ଯୋଜନାର ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ କାହିଁକି ଗଲା ୧ ଟଙ୍କା, ଜାଣନ୍ତୁ

ଭୁବନେଶ୍ଵର: ପରୀକ୍ଷାମୂଳକ ଭାବେ ‘ସୁଭଦ୍ରା’ ହିତାଧିକାରୀଙ୍କ ଖାତାକୁ ଗଲା ୧ ଟଙ୍କା । ‘ସୁଭଦ୍ରା’ ଯୋଜନାର ଯୋଗ୍ୟ ହିତାଧିକାରୀଙ୍କ ଖାତା ଗଲା ୧ ଟଙ୍କା । ‘ସୁଭଦ୍ରା’ ଶୋଭାଯାତ୍ରାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ସୂଚନା ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଶେଷ ହିତାଧିକାରୀଙ୍କ ପର୍ଯ୍ୟନ୍ତ ଟଙ୍କା ନପହଞ୍ଚିବା ଯାଏଁ ଏହି ଯୋଜନା ଚାଲିବ ।

ତେଣୁ ୧୭ ତାରିଖକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ । ଠିକ୍ ସମୟରେ ସବୁ ଆକାଉଣ୍ଟକୁ ଟଙ୍କା ଯିବ ବୋଲି କହିଛନ୍ତି ପ୍ରଭାତୀ ପରିଡା । ସୁଭଦ୍ରା ଯୋଜନାରେ ଏଯାବତ୍‌ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ମହିଳା ପଞ୍ଜୀକରଣ କରିସାରିଲେଣି । ୧୫ ତାରିଖ ଅର୍ଥାତ୍ ଆଜି ସୁଦ୍ଧା ଆବେଦନ କରିଥିବା ସମସ୍ତ ହିତାଧିକାରୀଙ୍କୁ ୧୭ରେ ପ୍ରଥମ କିସ୍ତି ମିଳିବ । ସେପଟେ ସାରା ରାଜ୍ୟରେ ସୁଭଦ୍ରା ସ୍ବାଗତ ପଦଯାତ୍ରା ହେଉଛି ।

ସୁଭଦ୍ରା ଯୋଜନା ସମ୍ବନ୍ଧରେ ଜନସଚେତନତା ସୃଷ୍ଟି କରିବା ପାଇଁ ରାଜଧାନୀର ଗିରି ଦୁର୍ଗା ମନ୍ଦିରରୁ ରମାଦେବୀ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଏକ ପଦଯାତ୍ରା ହୋଇଛି । ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଏହି ପଦଯାତ୍ରାର ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଦୁଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, କନକ ବର୍ଦ୍ଧନ ସିଂହଦେଓ, ମେୟର ସୁଲୋଚନା ଦାସ, ବିଧାୟକ ବାବୁ ସିଂ, ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରଣାଙ୍କ ସମେତ ବହୁ ବ୍ୟକ୍ତି ଯୋଗ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ସେପ୍ଟେମ୍ୱର ୧୭ ତାରିଖ ଭୁବନେଶ୍ୱରରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ। ଏଥିପାଇଁ ବିପୁଳ ଜନ ସମାଗମ ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରର ସମସ୍ତ ସ୍କୁଲ କଲେଜ ଗୁଡିକ ଉକ୍ତଦିନ ସମ୍ପୂର୍ଣ୍ଣ ଛୁଟି ହେବା ସହିତ ସରକାରୀ କାର୍ଯ୍ୟାଳୟ ଗୁଡିକର ପ୍ରଥମାର୍ଦ୍ଧ ଛୁଟି ରହିଛି।

Related Articles

Back to top button
WP Twitter Auto Publish Powered By : XYZScripts.com