ଜାତୀୟରାଜନୀତି

ବିରୋଧୀ ଦଳର ନେତା ଯାଚିଥିଲେ ‘ପ୍ରଧାନମନ୍ତ୍ରୀ ପଦବୀ’: ନିତୀନ ଗଡ଼କରୀ

ନୂଆଦିଲ୍ଲୀ: କେନ୍ଦ୍ରୀୟ ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନିତୀନ ଗଡ଼କରୀ ବଡ଼ ଖୁଲାସା କରିଛନ୍ତି । ଲୋକସଭା ନିର୍ବାଚନ ପୂର୍ବରୁ ନିତିନ ଗଡ଼କରୀଙ୍କୁ ପ୍ରଧାନମନ୍ତ୍ରୀ ପଦବୀ ଯାଚିଥିଲେ ବିରୋଧୀ । ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଗଡ଼କରୀଙ୍କୁ ସମର୍ଥନ କରିବା ଲାଗି ଅଫର ଦେଇଥିଲେ ବିରୋଧୀ ଦଳର ଜଣେ ବରିଷ୍ଠ ରାଜନେତା ।

ନାଗପୁରରେ ସାମ୍ବାଦିକମାନଙ୍କୁ ଏକ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଗଡ଼କରୀ ନିଜେ ଏହି କଥା ପ୍ରଘଟ କରିଛନ୍ତି । ବିଜେପି ପ୍ରତି ତାଙ୍କର ଆନୁଗତ୍ୟ ରହିଥିବାରୁ ସେ ତାହାକୁ ପ୍ରତ୍ୟାଖ୍ୟାନ କରିବା ସହିତ ନିଜ ନୀତି ଓ ଆଦର୍ଶ ସହ କଦାପି ସାଲିସ କରିବେ ନାହିଁ ବୋଲି ଗଡ଼କରୀ ଉତ୍ତର ଦେଇଥିଲେ ।

ତେବେ ଗଡ଼କରୀ ସେହି ବିରୋଧୀ ଦଳର ନେତାଙ୍କ ନାମ ପ୍ରଘଟ କରିନାହାନ୍ତି । ହେଲେ ନାଗପୁରରୁ ସାଂସଦ ଥିବା ଗଡ଼କରୀଙ୍କୁ ଇଣ୍ଡି ମେଣ୍ଟ ନିର୍ବାଚନ ପୂର୍ବରୁ ସର୍ବଦା ପ୍ରଶଂସା କରିଆସୁଥିବା ଦେଖିବାକୁ ମିଳିଥିଲା । ଗଡ଼କରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ହେବା ତାଙ୍କ ଜୀବନର ଲକ୍ଷ୍ୟ ନୁହେଁ । ନିର୍ବାଚନ ପୂର୍ବରୁ ବିରୋଧୀ ଦଳର ଜଣେ ନେତା ତାଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବାକୁ ଲୋଭ ଦେଖାଇଥିଲେ ।

ସେ ବିରୋଧୀ ଦଳରେ ମିଶିଥିଲେ ତାଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରାଯାଇଥାଆନ୍ତା । ସେ ଉକ୍ତ ବିରୋଧୀ ଦଳର ନେତାଙ୍କୁ ପ୍ରଶ୍ନ କରିଥିଲେ ଯେ, କାହିଁକି ତୁମେ ମୋତେ ସମର୍ଥନ କରୁଛ ଏବଂ ମୁଁ କାହିଁକି ତୁମ ସମର୍ଥନକୁ ଗ୍ରହଣ କରିବି ? ଏହା କହି ସେ ଗଡ଼କରୀ ଉକ୍ତ ନେତାଙ୍କ ଅଫରକୁ ମନା କରିଦେଇଥିଲେ। ନିତୀନ କହିଛନ୍ତି ପ୍ରଧାନମନ୍ତ୍ରୀ ହେବା ମୋ ଜୀବନର ଲକ୍ଷ୍ୟ ନୁହେଁ।

ମୁଁ ମୋର ଧାରଣା ଏବଂ ସଂଗଠନ ପ୍ରତି ବିଶ୍ୱସ୍ତ ରହିବାକୁ ଚାହେଁ । କୌଣସି ବି ପଦବୀ ପାଇଁ ମୁଁ ମୋର ଧାରଣା ତଥା ଚିନ୍ତାଧାରା ସହ କୌଣସି ପ୍ରକାର ବୁଝାମଣା କରିବାକୁ ଚାହେଁନାହିଁ। ସାମ୍ବାଦିକତା ହେଉ କିମ୍ବା ଅମଲାତନ୍ତ୍ର, ଗଣତନ୍ତ୍ରକୁ ମଜବୁତ କରିବାରେ ନୀତିଆଦର୍ଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ବୋଲି କହିଛନ୍ତି ନୀତିନ ଗଡକରୀ ।

Related Articles

Back to top button
WP Twitter Auto Publish Powered By : XYZScripts.com