ଓଡ଼ିଶା

ନିଖିଳ ଉତ୍କଳ ଶ୍ରୀଅରବିନ୍ଦ ମେଡିକାଲ ଆସୋସିଏସନ ସମ୍ମିଳନୀ ଆରମ୍ଭ

କଟକ: ସାରଳା ଭବନରେ ଶ୍ରୀଅରବିନ୍ଦ ମେଡିକାଲ ଆସୋସିଏସନ ତରଫରୁ ୨ ଦିନ ୩୫ ତମ ନିଖିଳ ଉତ୍କଳ ସମ୍ମିଳନୀ ଆରମ୍ଭ ହୋଇଛି l ପ୍ରଥମ ଭାଗରେ ଆଲୋଚନା ଥିଲା ବିଦ୍ୟାଳୟ ସ୍ୱାସ୍ଥ୍ୟ ଶିକ୍ଷା କାର୍ଯ୍ୟକ୍ରମର ସାମଗ୍ରିକ ପ୍ରୟୋଗ l

ଏହାକୁ ଉଦଘାଟିତ କରିଥିଲେ ସମ୍ମାନୀତ ଅତିଥି ଡ.ମାନସ ରଞ୍ଜନ ସାହୁ, ଡ.ସନ୍ତୋଷ କୁମାର ମିଶ୍ର, ମୁଖ୍ୟ ଅତିଥି ଭାବେ ଡକ୍ଟର ବିଏନ ଗଙ୍ଗାଧର l ଅତିଥି ପରିଚୟ କରିଥିଲେ ଡକ୍ଟର ଜୟନ୍ତ ପଣ୍ଡା ଅପରାହ୍ନରେ ଆଲୋଚନା ହୋଇଥିଲl l ସ୍ୱାସ୍ଥ୍ୟ ସ୍ନାତକ ପ୍ରଶିକ୍ଷଣ ରେ ସାମଗ୍ରିକ ପ୍ରୟୋଗ ବିଷୟରେ ଆଲୋଚନା ହୋଇଥିଲା l ଏହି ସମିଳନୀରେ ଏକ ସାମଗ୍ରିକ ପ୍ରୟୋଗର ପ୍ରଦର୍ଶନି କରାଯାଇଥିଲା l

ସମଗ୍ର ଓଡିଶାରୁ ବହୁତ ଲୋକ ଏହି ସମିଳନୀରେ ଯୋଗଦେଇଥିଲେ l ଏହି ସମିଳନୀର ଲକ୍ଷ ହେଲା ଆଧୁନିକ ମେଡିକାଲ ଶିକ୍ଷା ସହିତ ଅତ୍ୟାଧିକମତା ଶିକ୍ଷା ଦେବା,ଏହି ସମିଳନୀ କୁ ପରିଚାଳନା କରିଥିଲେ l କଟକ ଏସସିବି କଲେଜର ଭେଷଜ ବିଭାଗର ପ୍ରଫେସର ଡକ୍ଟର ଜୟନ୍ତ ପଣ୍ଡା ତଥା ଶ୍ୟାମl କାନୁନଗୋ ଏବଂ ଓଡ଼ିଶାର ବହୁ ଡକ୍ଟର ଏହି ସମିଳନୀରେ ଯୋଗଦେଇଥିଲେ l

Related Articles

Back to top button
WP Twitter Auto Publish Powered By : XYZScripts.com