ଓଡ଼ିଶା

୧୦୦ ଦିନର ରିପୋର୍ଟ ନେବାକୁ ଆସୁଛନ୍ତି ମୋଦି! ଠାକୁର ଦେଖାକୁ କଦଳୀ ବିକା!

ଭୁବନେଶ୍ୱର: ୧୭ ତାରିଖ ତଥା ଆସନ୍ତାକାଲି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଗସ୍ତରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି । ଏହାସହ ନିଜ ଜନ୍ମଦିନ ଅବସରରେ ସୁଭଦ୍ରା ସହ ବିଭିନ୍ନ ସରକାରୀ ଯୋଜନାର ମଧ୍ୟ ମୁଳଦୂଆ ପକାଇବେ ମୋଦି । ଏନେଇ ପ୍ରସ୍ତୁତ ହେଉଛି ଜନତା ମଇଦାନ ।

ଯେଉଁଠାରେ ଆୟୋଜନ ହେବ ବିଶାଳ ଜନସମାବେଶ । ଖାଲି ସେତିକି ନୁହେଁ ଏହି ସମୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପିଠି ଥାପୁଡ଼େଇବେ ମୋଦି । ଏମିତି କିଛି କଥା ନେଇ ଜୋର ଧରିଛି ଚର୍ଚ୍ଚା । କାରଣ ଓଡିଶାରେ ବିଜେପି ସରକାରକୁ ପୁରିବାକୁ ଯାଉଛି ୧୦୦ ଦିନ । ଏହାରି ଭିତରେ କେତେ ପ୍ରତିଶ୍ରୁତି ପୁରଣ କରିଛି ଦଳ ତାକୁ ନେଇ ପ୍ରସ୍ତୁତ ହେଉଛି ରିପୋର୍ଟ ।

ଯେମିତିକି ମୋଦି ଗ୍ୟାରେଣ୍ଟି ଅନୁସାରେ ରାଜ୍ୟରେ ସୁଭଦ୍ରା ଲାଗୁ କରିବା, ୪ଦ୍ୱାର ଖୋଲିବା, ରତ୍ନ ଭଣ୍ଡାର ଖୋଲିବା, ପିଏମ କିଶାନ ଲାଗୁ କରିବା, ଦୁର୍ନୀତି ଖୋର ଅଫିସରଙ୍କ ଘରେ ଭିଜିଲାନ୍ସ ରେଡ କରିବା, ବିଜେଡି ସରକାର ଅପେକ୍ଷା ବିଜେପି ଅଧିକ ସ୍ପିଡରେ କାମ କରିବା ଆଦି ଏହି ପ୍ରସଙ୍ଗ ମୋଦିଙ୍କ ସାମ୍ନାରେ ରଖି ପାରନ୍ତି ମୁଖ୍ୟମନ୍ତ୍ରୀ । ଯାହାକୁ ଶୁଣିବାକୁ ବା ଏହି ରିପୋର୍ଟ ସବୁ ନେବାକୁ ମୋଦି ଆସୁଛନ୍ତି ।

ତେଣୁ ଏହା ଠାକୁର ଦେଖା ସାଙ୍ଗକୁ କଦଳୀ ବିକା । ଅର୍ଥାତ ଯୋଜନା ଆଳରେ ଦେଇଥିବା ପ୍ରତିଶ୍ରୁତିକୁ ନିଜେ ସମୀକ୍ଷା କରିବାକୁ ଆସୁଛନ୍ତି ପ୍ରଧାନମନ୍ତ୍ରୀ । ଏଭଳି କିଛି ସାଧାରଣରେ ଚର୍ଚ୍ଚା ହେଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com