ଜାତୀୟରାଜନୀତି

ରାହୁଲ ଗାନ୍ଧୀ ଦେଶର ନମ୍ବର ୧ ଆତଙ୍କବାଦୀ: ରଭନୀତ ସିଂହ ବିଟ୍ଟୁ

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀ ଦେଶର ନମ୍ବର ୧ ଆତଙ୍କବାଦୀ । ସେ ଦେଶକୁ ବିଭାଜନ କରିବାକୁ ଚେଷ୍ଟା କରୁଛନ୍ତି । ଏଭଳି ଏକ ବୟାନ ଦେଇ ବିବାଦରେ କେନ୍ଦ୍ରମନ୍ତ୍ରୀ ତଥା ଓ ବିଜେପି ନେତା ରଭନୀତ ସିଂହ ବିଟ୍ଟୁ । ଯାହା ପରେ ରାଜନୀତିରେ ହଲଚଲ୍ ସୃଷ୍ଟି ହୋଇଛି ।

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମ୍ପର୍କରେ ବିବାଦୀୟ ବୟାନ ଦେଇଛନ୍ତି ରଭନୀତ ସିଂହ ବିଟ୍ଟୁ । ସେ ସିଧାସଳଖ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କୁ ଦେଶର ଏକ ନମ୍ବର ଆତଙ୍କବାଦୀ ବୋଲି କହିଛନ୍ତି । କେନ୍ଦ୍ରମନ୍ତ୍ରୀ ବିଟୁ କହିଛନ୍ତି, କଂଗ୍ରେସ ନେତା ରାହୁଲ ଗାନ୍ଧୀ ଫଟୋ ଉଠାଇବା ପାଇଁ ଗରିବଙ୍କ ଘର ପରିଦର୍ଶନ କରନ୍ତି ।

ସେ ଭାରତରେ ନୁହେଁ ବରଂ ବିଦେଶରେ ବଡ଼ ହୋଇଥିଲେ । ଅଧିକାଂଶ ସମୟ ସେ ବିଦେଶରେ ବିତାଇଛନ୍ତି । ତାଙ୍କ ବନ୍ଧୁବାନ୍ଧବ ଏବଂ ସମ୍ପର୍କୀୟମାନେ ସମସ୍ତେ ବିଦେଶୀ । ଭାଗଲପୁରରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ ବିଟ୍ଟୁ ଏହା କହିଛନ୍ତି ।

ସେ କହିଛନ୍ତି, ରାହୁଲ ଗାନ୍ଧି ସବୁବେଳେ ବିଦେଶ ଯାଇ ଦେଶ ବିଷୟରେ ଭୁଲ କଥା କହୁଛନ୍ତି । ସେମାନଙ୍କର ବ୍ୟବହାରିକ ବୁଝାମଣା ନାହିଁ । ଆଜି ପର୍ଯ୍ୟନ୍ତ ସେମାନେ ଶ୍ରମିକ ଓ ମୋଚିଙ୍କ ଯନ୍ତ୍ରଣା ଜାଣିପାରୁ ନାହାନ୍ତି । ଅଧାରୁ ଅଧିକ ବୟସ ବିତିଗଲାଣି । ସେ ବୁଝନ୍ତି ନାହିଁ ଯେ ଏହା ସେମାନଙ୍କୁ ଉପହାସ କରୁଛି ।

ସେହିପରି ଆମେରିକାରେ ଶିଖମାନଙ୍କୁ ନେଇ ରାହୁଲ ଗାନ୍ଧି ଦେଇଥିବା ବୟାନ ସମ୍ପର୍କରେ ବିଟ୍ଟୁ କହିଛନ୍ତି, ରାହୁଲ ଗାନ୍ଧୀ ଶିଖମାନଙ୍କୁ ଭାଗ କରିବାକୁ ଚେଷ୍ଟା କରିଛନ୍ତି l ଶିଖମାନେ କୌଣସି ଦଳ ସହ ଜଡିତ ନୁହଁନ୍ତି ଏବଂ ଏହା ଏକ ବିବାଦ ସୃଷ୍ଟି କରିବାର ପ୍ରୟାସ l ରାହୁଲ ଗାନ୍ଧୀ ଦେଶର ଏକ ନମ୍ବର ଆତଙ୍କବାଦୀ । ବିଚ୍ଛିନ୍ନତାବାଦୀ ଶକ୍ତିମାନେ ରାହୁଲ ଗାନ୍ଧୀଙ୍କ ବୟାନକୁ ପ୍ରଶଂସା କରିଛନ୍ତି ।

ସେ କହିଛନ୍ତି ଯେ ଆଜିର ଯୁଗରେ ଦେଶର ଏକ ନମ୍ବର ଆତଙ୍କବାଦୀ ହେଉଛନ୍ତି ରାହୁଲ ଗାନ୍ଧୀ, ସେ ହେଉଛନ୍ତି ଦେଶର ଏକ ନମ୍ବର ଶତ୍ରୁ । ଆମେରିକାରେ ଶିଖମାନଙ୍କ ବିଷୟରେ ରାହୁଲ ଗାନ୍ଧୀଙ୍କ ବିବୃତ୍ତି ସମ୍ପର୍କରେ ବିଟୁ ଏହି ବିବାଦୀୟ କଥା କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ବିଟ୍ଟୁ ଭାଗଲପୁରରେ କହିଛନ୍ତି, ମୁଁ ଚ୍ୟାଲେଞ୍ଜ କରୁଛି କୌଣସି ସିଖ୍ ଯେଉଁମାନେ ଏଠାରେ ଅଛନ୍ତି ସେମାନେ କ’ର କୌଣସି ପାର୍ଟି ସହ ଜଡିତ ନୁହନ୍ତି। ଭାଗଲପୁରରେ ତାଙ୍କୁ କେହି କହିଛନ୍ତି, ଆପଣ ହାତରେ କଡା ପିନ୍ଧିପାରିବେନି, କେହି କହିଛନ୍ତି ଆପଣ ପଗଡି ପିନ୍ଧିପାରିବେନି , ଗୁରୁଦ୍ବାରା ଯାଇପାରିବେନି ? ଜଣେ ସିଖ୍‌ ସମ୍ପ୍ରଦାୟର ଲୋକ ଏହା କୁହନ୍ତୁ। ଯଦି ସେ ଏହା କୁହନ୍ତି ତେବେ ମୁଁ ବିଜେପି ଛାଡିଦେବି।

ହେଲେ ରାହୁଲ ବିଦେଶରେ ଯାଇ କହୁଛନ୍ତି ଭାରତରେ କିଛି ଧର୍ମ, ଭାଷା ଓ ସମ୍ପ୍ରଦାୟର ଲୋକଙ୍କୁ ଅନ୍ୟମାନଙ୍କ ତୁଳନାରେ କମ୍ ବୋଲି ମାନନ୍ତି। ଦେଶରେ ରାଜନୀତି ନୁହେଁ ସିଖ୍‌ଙ୍କୁ ପଗଡି, କଡା ପିନ୍ଧିବାର ଅଛି ନାହିଁ ତାକୁ ନେଇ ଲଢେଇ ହେଉଛି। ରାହୁଲଙ୍କ ଏହି କଥାକୁ ନେଇ ବିଟ୍ଟୁ ତାଙ୍କୁ କଡ଼ା ସମାଲୋଚନା କରିଛନ୍ତି।

ସେ କହିଛନ୍ତି ନିଆଁ ଲଗାଇବା ପାଇଁ ପୂର୍ବରୁ ମୁସଲମାନ ସମ୍ପ୍ରଦାୟର ଲୋକଙ୍କୁ ବ୍ୟବହାର କରିବାକୁ ଚେଷ୍ଟା କରୁଥିଲେ। ଏବେ ଯେତେବେଳେ ତାହା ସଫଳ ହେଲାନି ସିଖ୍ ସମ୍ପ୍ରଦାୟର ଲୋକଙ୍କୁ ଉକସାଇବାକୁ ଚେଷ୍ଟା କରୁଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com