ଲ୍ୟାବ ରିପୋର୍ଟରେ ସାଂଘାତିକ ତଥ୍ୟ । ଶୁଣିଲେ ଆପଣଙ୍କର ଉଡିଯିବ ହୋସ୍ । ଦେଖନ୍ତୁ ଡିଟେଲ୍ସ
ହାଇଦ୍ରାବାଦ: ମନ୍ଦିର ପ୍ରସାଦରେ ମିଶୁଛି ପଶୁ ଚର୍ବି । ମାଛ ତେଲରେ ତିଆରି ହେଉଛି ଲଡୁ । ତିରୁପତି ମନ୍ଦିରରେ ପ୍ରସ୍ତୁତ ପ୍ରସାଦ, ଲୋକଙ୍କ ଭାବାବେଗକୁ ଦେଇଛି ଗଭୀର ଆଘାତ । ପ୍ରଥମେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ ଏପରି ସାଂଘାତିକ ଅଭିଯୋଗ ଆଣିଥିବା ବେଳେ ଏବେ ଲ୍ୟାବ ରିପୋର୍ଟ ବି ସମାନ କଥା କହୁଛି ।
ତଥ୍ୟ କହୁଛି କି ତିରୁପତି ମନ୍ଦିର ପ୍ରସାଦରେ ପଶୁ ଚର୍ବି, ମାଛ ତେଲ ଆଦି ବ୍ୟବହାର କରାଯାଉଛି । ପ୍ରସାଦରେ ଅପବିତ୍ର ବସ୍ତୁ ମିଶିଥିବା ସ୍ପଷ୍ଟ ଭାବେ ପ୍ରମାଣିତ ହୋଇଛି। ଏହି ଘଟଣା ସମଗ୍ର ଦେଶରେ ହଇଚଇ ସୃଷ୍ଟି କରିଥିବା ବେଳେ ଏହା କୋଟି କୋଟି ଶ୍ରଦ୍ଧାଳୁଙ୍କ ଆସ୍ଥା ପ୍ରତି କୁଠାରଘାତ ବୋଲି ଅଭିଯୋଗ ହୋଇଛି ।
NDDB CALF ନାମକ ଘରୋଇ ଲ୍ୟାବ୍ ପକ୍ଷରୁ ପ୍ରସ୍ତୁତ ଏହି ରିପୋର୍ଟରେ ଉଲ୍ଲେଖ ଅଛି ଯେ, ତିରୁପତି ଲଡ଼ୁରେ ତାଳ ତେଲ, ମାଛ ତେଲ,ଗୋ ମାଂସରୁ ବାହାରୁଥିବା ଚର୍ବି, ଘୁଷୁରି ଚର୍ବିର ମିଶ୍ରଣ କରାଯାଉଛି । ଲ୍ୟାବ୍ର ରିପୋର୍ଟକୁ ଶାସକ ତେଲଗୁ ଦେଶମ ପାର୍ଟି ପକ୍ଷରୁ ସୋଶାଲ ମିଡିଆରେ ଶେଆର କରାଯାଇଛି ।
ସେପଟେ ବିରୋଧୀ ୱାଇଏସ୍ଆର କଂଗ୍ରେସ ପକ୍ଷରୁ ଏପରି ଅଭିଯୋଗକୁ ଦୃଢ ଖଣ୍ଡନ କରାଯାଇଥିବା ବେଳେ ଏନେଇ କଡ଼ା ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ । ସେ କହିଛନ୍ତି, ଏବେଠୁ ପ୍ରସାଦରେ ଶୁଦ୍ଧ ଘିଅ ବ୍ୟବହାର କରାଯିବ । ଏହି ଘଟଣାର ମୂଳ ପର୍ୟ୍ୟନ୍ତ ଯାଞ୍ଚ କରାଯିବ । ଏହି ଘଟଣା ସହ ଜଡ଼ିତ ସମସ୍ତ ଦିଗକୁ ତର୍ଜମା କରାଯିବ ।
ଏପରି ଅନିୟମିତତାରେ ଲିପ୍ତ କୌଣସି ବି ଜଣେ ବ୍ୟକ୍ତିଙ୍କୁ ଛଡ଼ାଯିବନି । ସେମାନଙ୍କ ବିରୋଧରେ କଡ଼ା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।