ଜାତୀୟରାଜନୀତି

କଂଗ୍ରେସର ୭ ଗ୍ୟାରେଣ୍ଟି । ମହିଳାଙ୍କୁ ମାସକୁ ୨ହଜାର, ୫ଶହରେ ଗ୍ୟାସ ସିଲିଣ୍ଡର….

ନୂଆଦିଲ୍ଲୀ: ପୁଣି ଲୋଭ ଦେଖାଇଲା କଂଗ୍ରେସ । ସାଧାରଣ ଲୋକଙ୍କୁ ଦେଲା ଗ୍ୟାରେଂଟି । ଘୋଷଣା ପତ୍ରରେ ଦେଲା ଲୋଭନୀୟ ଅଫର । ହରିୟାଣା ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଜାରି କରିଛି ଇସ୍ତାହାର ।

ବୁଧବାର ଏଆଇସିସି ମୁଖ୍ୟାଳୟରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖର୍ଗେ ହରିୟାଣା ପାଇଁ ଦଳର ଗ୍ୟାରେଣ୍ଟି ଘୋଷଣା କରିଛନ୍ତି । ଏହି ଗ୍ୟାରେଣ୍ଟି ଅନୁଯାୟୀ ରାଜ୍ୟର ବିକାଶ ତଥା ଜନ କଲ୍ୟାଣ ସହ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରତିଶୃତି ଦେଇଛି କଂଗ୍ରେସ ।

ଖାର୍ଗେ କହିଛନ୍ତି ଯେ ଯଦି କଂଗ୍ରେସ କ୍ଷମତାକୁ ଆସେ ତେବେ ଏହା ହରିୟାଣାର ନାଗରିକମାନଙ୍କୁ ଉନ୍ନତ ପ୍ରଶାସନ ଏବଂ ଜନ କଲ୍ୟାଣ ଯୋଜନାର ଲାଭ ପ୍ରଦାନ କରିବ । ଦଳ ରାଜ୍ୟରେ ଦୁର୍ନୀତିମୁକ୍ତ ଶାସନକୁ ସୁନିଶ୍ଚିତ କରିବ ଏବଂ କୃଷକ, ଶ୍ରମିକ, ଯୁବକ ଏବଂ ମହିଳାଙ୍କ ସ୍ବାର୍ଥରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିବ ।

ସେହିପରି ଗ୍ୟାରେଂଟି ଅନୁସାରେ ସମସ୍ତ ମହିଳା ବା ୧୮-୬୦ବର୍ଷର ମହିଳାଙ୍କୁ ମାସକୁ ୨୦୦୦ ଟଙ୍କା , ୫୦୦ ଟଙ୍କାରେ ଗ୍ୟାସ ସିଲିଣ୍ଡର, ବୃଦ୍ଧ, ଭିନ୍ନକ୍ଷମ ଏବଂ ବିଧବାମାନଙ୍କୁ ୬୦୦୦ ଟଙ୍କା ପେନସନ, କର୍ମଚାରୀମାନଙ୍କୁ ଓପିଏସ୍‌, ସରକାରୀ ବିଭାଗରେ ୨ ଲକ୍ଷ ନିଯୁକ୍ତି ନିଶ୍ଚିତ ହୋଇଛି, ହରିୟାଣାକୁ ନିଶା ମୁକ୍ତ, ଚିରଞ୍ଜୀବୀ ଯୋଜନାରେ ୨୫ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ମାଗଣା ଚିକିତ୍ସା, ୩୦୦ ୟୁନିଟ ମାଗଣା ବିଜୁଳି, ୧୦୦-୧୦୦ ୟାର୍ଡର ମାଗଣା ପ୍ଲଟ ଏବଂ ସ୍ଥାୟୀ ଘର ଯୋଗାଇବା ପାଇଁ ଯୋଜନା, କୃଷକଙ୍କୁ ଏମଏସପିର ଆଇନଗତ ଗ୍ୟାରେଣ୍ଟି ସହ ତୁରନ୍ତ କ୍ଷତିପୂରଣ ଏବଂ ଜାତି ସର୍ଭେ କରିବ କଂଗ୍ରେସ ।

ତେବେ ଏହି ଘୋଷଣା ଅବସରରେ କଂଗ୍ରେସର ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଲ, ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ସିଂ ହୁଡା ଏବଂ ହରିୟାଣା କଂଗ୍ରେସ ମୁଖ୍ୟ ଉଦୟ ଭାନ ମଧ୍ୟ ଉପସ୍ଥିତ ଥିଲେ । ସାତୋଟି ପ୍ରତିଶ୍ରୁତି ଏବଂ ଦୃଢ ଉଦ୍ଦେଶ୍ୟ ନେଇ ମେନିଫେଷ୍ଟୋରେ ସାତୋଟି ବଡ ଗ୍ୟାରେଣ୍ଟି ଦେଇଛି କଂଗ୍ରେସ ।

Related Articles

Back to top button
WP Twitter Auto Publish Powered By : XYZScripts.com