ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରରେ ୨ୟ ପର୍ଯ୍ୟାୟ ମତଦାନ ପାଇଁ ଚାଲିଛି ଜୋରଦାର ପ୍ରଚାର । ଏନେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ମଇଦାନକୁ ଓହ୍ଲାଇଛନ୍ତି ହେଭିୱେଟ । ଏହାରି ଭିତରେ ଜାମ୍ମୁ-କାଶ୍ମୀରର ଯାଇ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ପ୍ରାର୍ଥୀ ତାରା ଚାନ୍ଦଙ୍କ ପାଇଁ ପ୍ରଚାର କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ଖଡଗେ ।
ଏହିସମୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ଖୁବ ବର୍ଷିଛନ୍ତି କଂଗ୍ରେସ ମୁଖିଆ । ଜମ୍ମୁ-କଶ୍ମୀରରେ ମେଣ୍ଟ କରିଥିବା କଂଗ୍ରେସ ଓ ନ୍ୟାଶନାଲ କନଫରେନ୍ସର ଏଜେଣ୍ଡା ପାକିସ୍ତାନ ସହ ମେଳ ଖାଉଥିବା ନେଇ ମୋଦି ଓ ଶାହଙ୍କ ସମାଲୋଚନା ପରେ, ଏହାର ଦୃଢ଼ ଜବାବ ଦେଇଛନ୍ତି ଖଡଗେ । ଶୁଣନ୍ତୁ କଣ କହିଛନ୍ତି ଦଳର ସଭାପତି ।
ତେବେ ଖଡଗେ ଏହି ଅଭିଯୋଗକୁ ଦୃଢ଼ତାର ସହ ଖଣ୍ଡନ କରିବା ସହ କହିଛନ୍ତି ଯେ “ “ଆମ ପାର୍ଟି ସେମିତି ନୁହେଁ, ଯିଏ ପାକିସ୍ତାନ ଯାଇ ବିରିୟାନୀ ଖାଇଥିଲେ ଓ ଆଲିଙ୍ଗନ କରିଥିଲେ।” ହେଲେ ଆମେ କେବେ ହେଲେ ବିରିୟାନୀ ଖାଇବାକୁ ଯାଇ ନାହୁଁ । ଆପଣ ସେମିତି କରିଛନ୍ତି। ଏବେ ଆପଣ ଆମକୁ ଦୋଷ ଦେଉଛନ୍ତି । ବିଜେପି ଆମକୁ ବା ଭାରତକୁ ଭଲ ପାଉଥିବା କଥା କହୁଛି । କିନ୍ତୁ ବାସ୍ତବରେ ସେମାନେ ପାକିସ୍ତାନକୁ ବିବାହ କରି ସାରିଛନ୍ତି ।”