ଜାତୀୟରାଜନୀତି

କେନ୍ଦ୍ର ଗୃହମନ୍ତ୍ରୀଙ୍କ ଉପରେ ବର୍ଷିଲେ ଖଡଗେ । କହିଲେ ମିଛ ପ୍ରଚାର କରିବାରେ…

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରରେ ସରିଛି ପ୍ରଥମ ପର୍ଯ୍ୟାୟ ଭୋଟ । ତେଣୁ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ଜୋରଦାର ପ୍ରଚାର । ଏହାରି ଭିତରେ ରାଜ୍ୟ ଗସ୍ତ କରିଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ । ସେ ଜମ୍ମୁ କଶ୍ମୀରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଦଳର ପ୍ରାର୍ଥୀ ତାରା ଚାନ୍ଦଙ୍କ ପାଇଁ ପ୍ରଚାର କରିବାକୁ ଏଠାକୁ ଆସିଛନ୍ତି । ଏହି ସମୟରେ ଅଧ୍ୟକ୍ଷ ଖଡଗେ ବିଜେପି ତଥା ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଉପରେ ଖୁବ ବର୍ଷିଛନ୍ତି । ଖଡଗେ କହିଛନ୍ତି ବିଜେପି ସବୁବେଳେ ମିଛ କହୁଛି । ମିଥ୍ୟା ପ୍ରତିଶୃତି ଦେଇ ଅନେକ ରାଜ୍ୟରେ ସରକାର ଗଢିଛି । କିଛି ଲୋକ କୁହନ୍ତି ଯେ ଆମେ ଜାତି ନାମରେ ଦେଶ ଭାଙ୍ଗିବାକୁ ଚାହୁଁଛୁ । ଏହା ଉପରେ ବିଜେପି ଲୋକମାନେ ମିଛ ପ୍ରଚାର କରୁଛନ୍ତି । ଆଉ ଏହି ମିଥ୍ୟା ପ୍ରଚାର ପ୍ରସାର କରିବାରେ ସବୁଠୁ ଆଗରେ ଅଛନ୍ତି ଆମ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା । ବିଜେପି ବାରମ୍ବାର ଶାନ୍ତି ଦାବି ସତ୍ତ୍ୱେ ଏହି ଘଟଣା କାହିଁକି ଘଟୁଛି ବୋଲି ସେ ପ୍ରଶ୍ନ କରିଛନ୍ତି । ଶୁଣନ୍ତୁ କଣ କହିଛନ୍ତି ଖଡଗେ । ଖଡଗେ କହିଛନ୍ତି ଜମ୍ମୁ କଶ୍ମୀର ପାଇଁ ଆମେ ୭ଟି ଗ୍ୟାରେଣ୍ଟି ଘୋଷଣା କରିଛୁ। ଆମର ପ୍ରଥମ ପ୍ରସଙ୍ଗ ହେଉଛି ରାଜ୍ୟସ୍ତରୀୟ। ଲୋକ ସଭା ନିର୍ବାଚନ ସମୟରେ ଆମେ ଜନଗଣନା ପାଇଁ ପ୍ରତିଶ୍ରୁତି ଦେଇଥିଲୁ। ଆମେ ଏଠାରେ ଜନଗଣନା କରିବୁ । ଏଠାରେ ମଧ୍ୟ ଓବିସି ମାନଙ୍କର ଅଧିକାର ସେମାନଙ୍କୁ ଦିଆଯିବ । ଏହା ଲୋକଙ୍କ କଲ୍ୟାଣ ପାଇଁ ଆବଶ୍ୟକ ବୋଲି କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ।

Related Articles

Back to top button
WP Twitter Auto Publish Powered By : XYZScripts.com