ଜାତୀୟ

ତିରୁପତି ଲଡୁ ବିବାଦ: ୧୧ଦିନ ଉପବାସରେ ଉପମୁଖ୍ୟମନ୍ତ୍ରୀ ପଓ୍ବନ କଲ୍ୟାଣ

ନୂଆଦିଲ୍ଲୀ: ଦିନକୁ ଦିନ ଉଗ୍ର ହେଉଛି ତିରୁପତି ମନ୍ଦିର ଲଡ଼ୁକୁ ନେଇ ବିବାଦ। ଏନେଇ ୧୧ଦିନ ଧରି ଉପବାସରେ ରହିବେ ଉପମୁଖ୍ୟମନ୍ତ୍ରୀ ପଓ୍ବନ କଲ୍ୟାଣ । କାରଣ ତିରୁପତି ପ୍ରସାଦ ବିବାଦୀୟ ମାମଲାରେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଏବଂ ଅଭିନେତା ପବନ କଲ୍ୟାଣ ପ୍ରାୟଶ୍ଚିତ କରିବାର ନିଷ୍ପତ୍ତି ନେଇଛନ୍ତି ।

ସେ ଆଜିଠାରୁ ୧୧ଦିନର ପ୍ରାୟଶ୍ଚିତ ଉପବାସ ଆରମ୍ଭ କରିବେ । ୧୧ଦିନର ପ୍ରାୟଶ୍ଚିତ ଦୀକ୍ଷା ତଥା ଓପାସ କରିବା ପୂର୍ବରୁ ପବନ କଲ୍ୟାଣ ଏକ ମେସେଜ ଲେଖିଛନ୍ତି । ପବନ କଲ୍ୟାଣ ଲେଖିଛନ୍ତି କି, ହେ ବାଲାଜୀ ଭଗବାନ ! କ୍ଷମା କରନ୍ତୁ ପ୍ରଭୁ । ତିରୁମାଲା ଲଡ଼ୁ ପ୍ରସାଦ ଭଳି ଅତ୍ୟନ୍ତ ପବିତ୍ର ଧରାଯାଏ l

ପୂର୍ବ ଶାସକଙ୍କ ଅନିୟନ୍ତ୍ରିତ ପରିଣାମସୂରୁପ ଅପବିତ୍ର ହୋଇଯାଇଥିଲା । ପଶୁ ଚର୍ବିର ଅବଶିଷ୍ଟାଂଶ ସହିତ ଦୂଷିତ ହୋଇଥିଲା । ପ୍ରାରମ୍ଭିକ ପର୍ଯ୍ୟାୟରେ ଏହା ନ ଜାଣି ପାରିବା ହିନ୍ଦୁ ଜାତି ଉପରେ କଳଙ୍କ ନିଶ୍ଚିତ ଭାବେ । ଯେଉଁଭଳି ଭାବେ ମୋତେ ଜଣାପଡ଼ିଲା କି ଲଡ଼ୁ ପ୍ରସାଦରେ ପଶୁର ଅବଶିଷ୍ଟ ଅଛି ମୋ ମନ ବିଚଳିତ ହୋଇଯାଇଛି ।

ମୋତେ ସ୍ବୟଂ ଦୋଷୀ ବୋଲି ମନେ ହେଉଛି । ମୁଁ ଜନ କଲ୍ୟାଣ ଲାଗି ଲଢୁଛି । ଦୁଃଖ ଏହି କଥାର ଅଛି କି ଆରମ୍ଭରେ ଏହି ସମସ୍ୟା ମୋ ଧ୍ୟାନରେ ଆସିନଥିଲା ।’ ସେ ଆଗକୁ ମଧ୍ୟ ଲେଖିଛନ୍ତି କି, ସନାତନ ଧର୍ମରେ ଆସ୍ଥା ରଖୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ କଳିଯୁଗର ଦେବତା‌ ବାଲାଜୀଙ୍କ ସହ ହୋଇଥିବା ଏହି ଭୟାନକ ଅପଚାରର ପ୍ରାୟଶ୍ଚିତ କରିବା ଆବଶ୍ୟକ ।

ଏହି ଭାବନା ଅନ୍ତର୍ଗତ ମୁଁ ପ୍ରାୟଶ୍ଚିତ ଆରମ୍ଭ କରିବାକୁ ନିର୍ଣ୍ଣୟ ନେଇଛି । ରବିବାର ସକାଳୁ ଗୁଣ୍ଟୁର ଜିଲ୍ଲାସ୍ଥିତି ନମ୍ବୁରର ଶ୍ରୀ ଦଶାବତାର ଭେଙ୍କଟେଶ୍ବର ସ୍ବାମୀ ମନ୍ଦିରରେ ଦୀକ୍ଷା ଧାରଣ କରିବି । ୧୧ଦିନ ପର୍ଯ୍ୟ ଉପବାସ ଜାରି ରଖିବା ପରେ ମୁଁ ତିରୁମାଲା ଶ୍ରୀ ଭେଙ୍କଟେଶ୍ବର ସ୍ବାମୀଙ୍କ ଦର୍ଶନ କରିବି ।

‘ଇଶ୍ବର ମୁଁ ଆପଣଙ୍କୁ ପ୍ରାର୍ଥନା କରୁଛି କି ମୋତେ ପୂର୍ବ ସରକାରଙ୍କ ପକ୍ଷରୁ ଆପଣଙ୍କ ବିପକ୍ଷରେ କରାଯାଇଥିବା ପାପକୁ ଧୋଇବାକୁ ଶକ୍ତି ପ୍ରଦାନ କରନ୍ତୁ ।’ ସେ ଆହୁରି ମଧ୍ୟ ଲେଖିଛନ୍ତି କି, କେବଳ ସେହି ଲୋକ ଏଭଳି ଅପରାଧରେ ଲିପ୍ତ ରହିଥାନ୍ତି ଯେଉଁମାନଙ୍କର ଇଶ୍ବରଙ୍କ ପ୍ରତି ବିଶ୍ବାସ ନ ଥାଏ ଏବଂ ପାପ କର୍ମର କୌଣସି ଡର ନଥାଏ ।

ମୋର ଦୁଃଖ ଏହାକି ବୋର୍ଡ଼ର ସଦସ୍ୟ ଏବଂ କର୍ମଚାରୀ ଯେଉଁମାନେ ତିରୁମାଳା ତିରୁପତି ଦେବସ୍ଥାନ ପ୍ରଣାଳୀର ଭାଗିଦାରୀ ଅଛନ୍ତି l ସେ ବି ସେଠାକାର ଭୁଲକୁ ଜାଣିପାରିନଥିଲେ । ଯଦି ତାଙ୍କୁ ଜଣାପଡ଼ିଥାନ୍ତା ତେବେ ସେମାନେ ଏହି ବିଷୟରେ କଥା ହୋଇନଥାନ୍ତେ । ତେଣୁ ପବିତ୍ର ତିରୁପତି ମନ୍ଦିରର ଲଡୁ ପ୍ରସାଦମ୍‌କୁ ଅପମିଶ୍ରିତ ଘିଅରେ ପ୍ରସ୍ତୁତି କରାଯାଉଥିବା ମାମଲା ସାମ୍ନାକୁ ଆସିବା ପରେ ସାରା ଦେଶରେ ସନାତନ ଧର୍ମ ଅନୁଗାମୀଙ୍କ ଭାବନାକୁ ଆଘାତ ପହଞ୍ଚିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com