Uncategorizedଜାତୀୟ

ପୂର୍ବତନ ଖେଳମନ୍ତ୍ରୀଙ୍କ ବ୍ୟାଟିଂ ଦେଖିଲେ ହୋଇଯିବେ ଘାଇଲା

ନୂଆଦିଲ୍ଲୀ: ବିଜେପି ସାଂସଦ ଅନୁରାଗ ଠାକୁର । ବିରୋଧୀଙ୍କୁ ଜବାବ ଦେବାରେ ଯେମିତି ମାହିର୍ ଖେଳ ପଡିଆରେ ବି ସେମିତି ମାହିର୍ । ବ୍ୟାଡ ମିଣ୍ଟନ ହେଉ ବା କ୍ରିକେଟ୍ ସବୁଥିରେ ସେ ଏକଦମ୍ ପର୍ଫେକ୍ଟ ।

ଏକଥା ଆମେ ମନକୁ ମନ କହୁନୁ । ଏହା ପ୍ରମାଣିତ କରି ଦେଖାଇଛନ୍ତି ଅନୁରାଗ । ଭାଇରାଲ ହେଉଥିବା ଏହି ଭିଡିଓକୁ ଦେଖନ୍ତୁ । ଯେଉଁଥିରେ ଅନୁରାଗ ବ୍ୟାଟିଂ କରୁଛନ୍ତି । ଗାଢ ସବୁଜ ରଙ୍ଗ ମ୍ୟାଟ୍ ଉପରେ ସେ ସାମ୍ନା କରୁଛନ୍ତି ସ୍ପିନ୍ ବୋଲିଂ ।

ଜଣେ ବୃତ୍ତିଗତ କ୍ରିକେଟରଙ୍କ ଭଳି ଆଗକୁ ଷ୍ଟେପ୍ ନେଇ ସଟ୍ ଖେଳିଛନ୍ତି । ଆଉ ଦେଖୁଦେଖୁ ତାହା ମିଡ୍ ଅଫ୍ ଉପରେ ଛକା ହେଉଛି । ଅନୁରାଗଙ୍କ ଏହି ସଟ୍ ଦେଖି ସେଠାରେ ଉପସ୍ଥିତ ଥିବା କିଛି ଖେଳାଳି ଆଶ୍ଚର୍ଯ୍ୟ ହୋଇ ମୁଣ୍ଡରେ ହାତ ଦେଉଛନ୍ତି ଏବଂ ଆଉ କିଛି ସିକ୍ସ ବୋଲି ହାଲ୍ଲା କରୁଛନ୍ତି । ତେବେ ଏହି ଭିଡିଓକୁ ଏକ୍ସରେ ସେୟାର କରିଛନ୍ତି ନିଜେ ଅନୁରାଗ ଠାକୁର । ଆଉ ଲେଖିଛନ୍ତି ହାଓ ଇଜ୍ ଦି ସଟ୍ ।

Related Articles

Back to top button
WP Twitter Auto Publish Powered By : XYZScripts.com