ଓଡ଼ିଶାରାଜନୀତି

ଦିନିକିଆ ଗସ୍ତରେ ଓଡିଶା ଆସି ରାଜ୍ୟପାଳଙ୍କୁ ଦେଖା କଲେ; ହିମନ୍ତ ବିଶ୍ବଶର୍ମା

ଭୁବନେଶ୍ବର: ଓଡ଼ିଶାରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ରାଜ ଭବନ ଯାଇ ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ । ଦିନିକିଆ ଗସ୍ତରେ ଆସି ସକାଳ ସାଢେ ୧୦ଟା ବେଳେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସିଧାସଳଖ ରଜଭବନ ଯାଇ ରାଜ୍ୟପାଳଙ୍କ ସହ ସୌଜନ୍ୟମୂଳକ ସାକ୍ଷତ କରିଛନ୍ତି ।

ସୂଚନାଯୋଗ୍ୟ, ହିମନ୍ତ ବିଶ୍ବଶର୍ମା ଝାଡ଼ଖଣ୍ଡ ପାଇଁ ବିଜେପିର ସହ ପ୍ରଭାରୀ ଅଛନ୍ତି। ଏଣେ ରାଜ୍ୟପାଳ ରଘୁବର ଦାସ ଝାଡ଼ଖଣ୍ଡରେ ପୂର୍ବରୁ ମୁଖ୍ୟମନ୍ତ୍ରୀ ଥିଲେ । ଏଣୁ ଉଭୟଙ୍କ ଭିତରେ ରାଜନୈତିକ କଥାବାର୍ତ୍ତା ହୋଇଥିବା ନେଇ ଚର୍ଚ୍ଚା ହେଉଛି।

କିଛି ଦିନ ଆଗିୁ ରାଜ୍ୟପାଳ ରଘୁବର ଦାସ ସକ୍ରିୟ ରାଜନୀତିକୁ ଫେରିବା ନେଇ ଚର୍ଚ୍ଚା ହୋଇଥିଲା । ଆଗାମୀ ନଭେମ୍ବର ମାସରେ ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ଥିବାରୁ ଉଭୟଙ୍କ ମଧ୍ୟରେ ସାକ୍ଷାତକୁ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି । ତେବେ କିଛି ଦିନ ପୂର୍ବରୁ ରାଜ୍ୟପାଳ ରଘୁବର ଦାସ ସକ୍ରିୟ ରାଜନୀତିକୁ ଫେରିବା ନେଇ ଚର୍ଚ୍ଚା ହୋଇଥିଲା ।

୨୦୨୪ ନଭେମ୍ବରରେ ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ଥିବାରୁ ଉଭୟଙ୍କ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ରାଜନୈତିକ ଆଲୋଚନା ହେଉଥିବା ଅନୁମାନ କରାଯାଉଛି । ଏହା ପରେ ରାଜଭବନରୁ ବାହାରି ଭୁବନେଶ୍ୱର ବିମାନ ବନ୍ଦର ଯିବେ ବିଶ୍ବଶର୍ମା । ସେଠାରୁ ସେ ଝାଡଖଣ୍ଡ ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com