Uncategorizedଓଡ଼ିଶା

ଝାଡ଼ଖଣ୍ଡ ଗସ୍ତରେ ଯିବେ,ବିଜେପିର ପରିବର୍ତ୍ତନ ଯାତ୍ରାରେ ସାମିଲ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ୨ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେପ୍ଟେମ୍ବର ୩୦ ତାରିଖରେ ମୁଖ୍ୟମନ୍ତ୍ରୀ ଝାଡ଼ଖଣ୍ଡ ଯିବାର କାର୍ଯ୍ୟକ୍ରମ ରହିଛି । ତେବେ ମୁଖ୍ୟମନ୍ତ୍ରୀ ୩୦ ତାରିଖରେ ଝାଡ଼ଖଣ୍ଡ ପହଞ୍ଚିବା ପରେ ପଶ୍ଚିମ ସିଂହଭୂମର ଜଗନ୍ନାଥପୁର ଯିବେ।

ସେଠାରେ ପ୍ରାକ୍ ନିର୍ବାଚନୀ ରାଲିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। । ପରେ ୧ ତାରିଖରେ ଚାଇଁବାସାର କୋଲହାନ୍ ଯିବେ ମୁଖ୍ୟମନ୍ତ୍ରୀ । ସେଠାରେ ଆୟୋଜିତ ବିଜେପିର ପରିବର୍ତ୍ତନ ଯାତ୍ରାରେ ଯୋଗ ଦେବେ । ସେପଟେ ଆଗକୁ ଝାଡଖଣ୍ଡ ନିର୍ବାଚନ ।

ମୁଖ୍ୟମନ୍ତ୍ରୀ ଗସ୍ତର କରୁଥିବା ସ୍ଥାନ ମାନଙ୍କରେ ସଂଖ୍ୟାଧିକ ଓଡିଆ ଭାଷାଭାଷୀ ଲୋକଙ୍କ ସହ ଆଦିବାସୀ ସଂପ୍ରଦାୟ ବସବାସ କରନ୍ତି । ଆଉ ସେଠି ଓଡିଆ ଭୋଟରଙ୍କ ଦବଦବା ମଧ୍ୟ ରହିଛି । ତେଣୁ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ବୋଧନ ବିଜେପି ପାଇଁ ବେଶ୍ ଫଳପ୍ରଦ ହୋଇପାରେ ।

ମୁଖ୍ୟମନ୍ତ୍ରୀ ଝାଡଖଣ୍ଡ ଯାଇ ଓଡିଆ ଲୋକମାନେ ସେଡାରେ କିପରି ଅଛନ୍ତି କିଭଳି ତାଙ୍କୁ ସ୍ବାସ୍ଥ୍ୟ, ଶିକ୍ଷା ବ୍ୟବସ୍ଥା ଠିକ୍ ଭାବରେ ଯୋଗାଇ ଦିଆଯାଉଛି କି ନାହିଁ ସେନେଇ ଆଲୋଚନା କରିପାରନ୍ତି ମୁଖ୍ୟମନ୍ତ୍ରୀ ।

ଅନ୍ୟପକ୍ଷରେ ଗତକାଲି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ମଧ୍ୟ ଓଡିଶା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । ସେ ଝାଡଖଣ୍ଡ ବିଜେପିର ସହପ୍ରଭାରୀ ଅଛନ୍ତି । ତେଣୁ ଝାଡଖଣ୍ଡ ଆଗତ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ଛୁଙ୍କ ନେଇ ବେଶ୍ ଚର୍ଚ୍ଚା ।

Related Articles

Back to top button
WP Twitter Auto Publish Powered By : XYZScripts.com