ଓଡ଼ିଶା

ଆନ୍ଦୋଳନରୁ ଓହରିଲେ ନର୍ସିଂ; ରାଜ୍ୟରେ ସ୍ୱାଭାବିକ ହେଲା ରୋଗୀସେବା

ଭୁବନେଶ୍ୱର: ୪ ଦିନ ଧରି ଚାଲିଥିବା ନର୍ସିଂ ଆନ୍ଦୋଳନ ପ୍ରତ୍ୟାହୃତ ହେବା ପରେ ରବିବାର ଠାରୁ ରାଜ୍ୟରେ ରୋଗୀସେବା ସ୍ୱାଭାବିକ ହୋଇଛି । ଗତକାଲି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସହ ଆଲୋଚନା ସଫଳ ହେବା ପରେ ରାଜ୍ୟ ନର୍ସିଂ ସଂଘ ଆନ୍ଦୋଳନ ପ୍ରତ୍ୟାହାର କରିନେଇଛି ।

ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଆସନ୍ତା ୧ ମାସ ମଧ୍ୟରେ ନର୍ସିଂ ସଂଘର ଦାବି ପୂରଣ କରିବା ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତିଶୃତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । ମନ୍ତ୍ରୀ କହିଛନ୍ତି ଯେ, ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣରେ ନର୍ସିଂ ସଂଘ ସହ ଆଲୋଚନା ହୋଇଛି ।

ଆନ୍ଦୋଳନ ପ୍ରତ୍ୟାହୃତ ପାଇଁ ଅପିଲ କରିଛି, ସେମାନେ ରାଜି ହୋଇଛନ୍ତି । ଆଜିଠୁ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ସେମାନେ ରାଜି ହୋଇଛନ୍ତି । ଏନେଇ ଆମେ ଏକ କମିଟି ଗଠନ କରିବୁ । ଏହି କମିଟିରେ ନର୍ସିଂ ସଂଘର ଦାବି ସଂପର୍କରେ ଆଲୋଚନା କରିବୁ ବୋଲି କହିଛନ୍ତି ।

ସେପଟେ ଆନ୍ଦୋଳନ ନେଇ ନର୍ସିଂ ସଂଘ ସଭାପତି କହିଛନ୍ତି, ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ସହ ଆଲୋଚନା ସଫଳ ହୋଇଛି ବୋଲି ସଭାପତି କହିଛନ୍ତି । ଦାବି ପୂରଣ ପାଇଁ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା କହିଛନ୍ତି ।

ତେବେ ଆନ୍ଦୋଳନ ଜାରି ରହିବ କି ନାହିଁ ଏନେଇ ଆମେ ସଂଘର ଅନ୍ୟ ସଦସ୍ୟଙ୍କ ସହ ଆଲୋଚନା କରିବୁ ବୋଲି ସେ କହିଛନ୍ତି । ପ୍ରଥମେ ଆନ୍ଦୋଳନରେ ମାତ୍ର ୧୦ ପ୍ରତିଶତ ନର୍ସିଂ କର୍ମଚାରୀ ସାମିଲ ହୋଇଥିବାବେଳେ, ଶୁକ୍ରବାର ଠାରୁ ସଂଘ ନେତୃତ୍ୱରେ ରହିଥିବା ପ୍ରାୟ ୧୬ହଜାର କର୍ମଚାରୀ ଏଥିରେ ଯୋଗଦେଇ ଥିଲେ ।

ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର ସବୁଠି ନର୍ସିଂ କର୍ମଚାରୀଙ୍କ ଆନ୍ଦୋଳନ ଜାରି ରହିଥିଲା । ଫଳରେ ଦୁଇଦିନ ଧରି ରାଜ୍ୟରେ ସମସ୍ତ ସରକାରୀ ହସ୍ପିଟାଲଗୁଡିକରେ ସ୍ବାସ୍ଥ୍ୟବ୍ୟବସ୍ଥା ଏକପ୍ରକାର ଦୋହଲି ଯାଇଥିଲା ।

ରୋଗୀଙ୍କୁ ସାଲାଇନ୍‌ ଲଗାଇବା ଠାରୁ ଆରମ୍ଭ କରି ଇଞ୍ଜେକ୍‌ସନ ଦେବା ଏବଂ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ହାତଗଣତି ଆଉଟ୍‌ସୋର୍ସିଂ ନର୍ସ ଏବଂ ନର୍ସିଂ ଛାତ୍ରୀଛାତ୍ରଙ୍କ ଉପରେ ନିର୍ଭର କରିବାକୁ ପଡୁଥିଲା। ରୋଗୀଙ୍କୁ ଗୋଟେ ଓ୍ବାର୍ଡରୁ ଅନ୍ୟ ଓ୍ବାର୍ଡକୁ ସ୍ଥାନାନ୍ତର କରିବା ବେଳେ ରୋଗୀଙ୍କ ସମ୍ପର୍କୀୟ ସାଲାଇନ୍‌ ଧରି ଆଗେଆଗେ ଯିବା ଦୃଶ୍ୟ ଦେଖିବାକୁ ମିଳିଥିଲା ।

ସ୍ଥିତି ଏପରି ହୋଇଥିଲା ଯେ, ଜରୁରୀକାଳୀନ ଚିକିତ୍ସା ସେବା ରୋଗୀଙ୍କୁ ବିଭିନ୍ନ ଘରୋଇ ହସ୍ପିଟାଲକୁ ରେଫର୍‌ କରାଯାଇଥିଲା । ସୂଚନାଯୋଗ୍ୟ, ୧୦ ଦଫା ଦାବି ନେଇ ରାଜ୍ୟ ନର୍ସିଂ ସଙ୍ଘ ଆନ୍ଦୋଳନକୁ ଓହ୍ଲାଇଥିଲା । ୧୫ ହଜାର ନର୍ସିଂ କର୍ମଚାରୀ ଆନ୍ଦୋଳନରେ ସାମିଲ ହୋଇଥିଲେ। ଫଳରେ ଏହାର ଗୁରୁତର ପ୍ରଭାବ ରାଜ୍ୟ ସ୍ବାସ୍ଥ୍ୟ କ୍ଷେତ୍ରରେ ପଡିଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com