ଜାତୀୟରାଜନୀତି

ହରିୟାଣାରେ ୯୦ ବିଧାନସଭା ଆସନ ପାଇଁ ଆଜି ଭୋଟ ଗ୍ରହଣ; ମତଦାତା ୨କୋଟିରୁ ଅଧିକ

ଚଣ୍ଡିଗଡ: ଆଜି ହରିୟାଣାରେ ବିଧାନସଭା ନିର୍ବାଚନ । ଏଥିଲାଗି ଆଜି ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ଭୋଟ ଗ୍ରହଣ ହେଉଛି । ବିଧାନସଭାର ୯୦ଟି ଆସନ ପାଇଁ ମୋଟ ୧୦୩୧ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ।

ପ୍ରତିଦ୍ବନ୍ଦ୍ବିତା କରୁଥିବା ପ୍ରାର୍ଥୀଙ୍କ ମଧ୍ୟରେ ୧୦୧ ଜଣ ମହିଳା ଅଛନ୍ତି। ଏହି ନିର୍ବାଚନରେ ରାଜ୍ୟର ୨.୧ କୋଟି ଭୋଟର ସେମାନଙ୍କ ମତଦାନ କରିବେ। ମତଦାନ ନିମନ୍ତେ ୨୦,୬୨୯ଟି ମତଦାନ କେନ୍ଦ୍ର ଖୋଲାଯାଇଛି । ଏହି ନିର୍ବାଚନରେ ବିଜେପି, କଂଗ୍ରେସ, ଆପ୍, ଆଇଏନଏଲଡି-ବିଏସ୍‌ପି, ଜେଜେପି-ଆଜାଦ ସମାଜ ପାର୍ଟି ନିଜର ପ୍ରାର୍ଥୀ ଦେଇଛନ୍ତି ।

ଅକ୍ଟୋବର ୮ରେ ହରିୟାଣା ସହିତ ଜାମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନ ଭୋଟ ଗଣତି ହେବ । ଅନ୍ୟପଟେ ହରିୟାଣାରେ ଦିନ ଗୋଟାଏ ସୁଦ୍ଧା ୩୬.୬୯ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି ।

ଏଠାରେ ମୋଟ ୯୦ ଆସନ ପାଇଁ ମତଦାନ ହେଉଥିବା ବେଳେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟିଂ ଚାଲିବ । ରାଜ୍ୟରେ ୧୦୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ପ୍ରାୟ ୨କୋଟିରୁ ଅଧିକ ଭୋଟର ।

ମତଦାନ ଶାନ୍ତିଶୃଙ୍ଖଳାରେ ଚାଲିଥିବା ବେବେଳ କାଁ ଭାଁ ସ୍ଥାନରେ ବିଶୃଙ୍ଖଳା ଦେଖାଦେଇଛି । ମତଦାନ ପାଇଁ ସୁରକ୍ଷା ଦାୟିତ୍ୱରେ ୩୦ହଜାର ଫୋର୍ସ ନିୟୋଜିତ ରହିଥିବା ବେଳେ ୨୨୫ପାରାମିଲିଟାରୀ ଫୋର୍ସ ମୁତୟନ ହୋଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com