ଓଡ଼ିଶା

ଧର୍ମଘଟରୁ ଓହରିଲେ ବସ୍ ମାଲିକ ସଂଘ; ଏଥର ଗଡିବ ବସ୍

ଭୁବନେଶ୍ବର: ବନ୍ଦ ହେବନି ବସ୍ ଚଳାଚଳ । ଧର୍ମଘଟରୁ ଓହରିଲେ ବସ୍ ମାଲିକ ସଂଘ । ଆଜି ସନ୍ଧ୍ୟାରୁ ହେବାକୁ ଥିବା ବସ ଧର୍ମଘଟ ପ୍ରତ୍ୟାହୃତ ହୋଇଛି । ଦକ୍ଷିଣ ଓ ପଶ୍ଚିମାଞ୍ଚଳ ବସ ମାଲିକ ସଂଘ ବସ ଧର୍ମଘଟ ନିଷ୍ପତ୍ତିରୁ ଓହରିଛି । ପରିବହନ ମନ୍ତ୍ରୀ ବିଭୂତି ଜେନା ବସ୍ ମାଲିକ ସଂଘଙ୍କ ସହି ନିଜ ବାସଭବନରେ ଏକ ବୈଠକ ପରେ ଧର୍ମଘଟରୁ ଓହରିଛି ବସ୍ ମାଲିକ ।

ପ୍ରକାଶ ଯେ ରାଜ୍ୟର ଦକ୍ଷିଣାଞ୍ଚଳ ଏବଂ ପଶ୍ଚିମାଞ୍ଚଳର ୧୪ ଜିଲ୍ଲାରେ ୨୪ ଘଣ୍ଟିଆ ବସ୍ ସେବା ବନ୍ଦ ରଖିବାକୁ ଚେତାବନୀ ଦେଇଥିଲା, ପଶ୍ଚିମାଞ୍ଚଳ ଏବଂ ଦକ୍ଷିଣାଞ୍ଚଳର ୨୪ଟି ଘରୋଇ ବସ୍ ମାଲିକ ସଂଘର ସଦସ୍ୟ । ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ବସ୍ ନ ଚଳାଇବାକୁ ସଂଘ ନିଷ୍ପତ୍ତି ନେଇଥିଲା । ଆଜି ସଂଧ୍ୟା ୬ଟାରୁ ୮ ତାରିଖ ସଂଧ୍ୟା ୬ଟା ଯାଏଁ ୧୪ ଜିଲ୍ଲାରେ ଘରୋଇ ବସ୍ ଗଡ଼ିବନି ବୋଲି ଚେତାବନୀ ଦେଇଥିଲା ସଂଘ ।

ରାଜ୍ୟ ସରକାରଙ୍କ ଦ୍ୱିତୀୟ ପର୍ୟ୍ୟାୟ ତଥା ବ୍ଲକ ଏବଂ ଜିଲ୍ଲା ସଦର ମହକୁମା ମଧ୍ୟରେ ଟାୟାର-ଟୁ ଏସି ବସ୍ ସେବା ନିଷ୍ପତ୍ତିକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଥିଲା । ସଂଘଗୁଡିକର ଅଭିଯୋଗ ଯେ, ପଞ୍ଚାୟତରୁ ବ୍ଲକ୍ ମୁଖ୍ୟାଳୟକୁ ପୂର୍ବ ସରକାର ଅମଳରେ ‘ଲକ୍ଷ୍ମୀ ବସ୍’ ଚାଲୁଥିଲା । ଏବେ ଯଦି ବ୍ଲକ ଏବଂ ଜିଲ୍ଲା ମୁଖ୍ୟାଳୟ ମଧ୍ୟରେ ବସ୍ ଚଳାଚଳ କରେ, ତେବେ ସେହି କ୍ଷତି ଆଉ ସହିବା ଅବସ୍ଥାରେ ନାହୁଁ । ରାଜ୍ୟ ସରକାର ଏ ଦିଗରେ କଡ଼ା ପଦକ୍ଷେପ ନ ନେଲେ ଆଜିଠୁ ଆନ୍ଦୋଳନର ଧମକ ଦିଆଯାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com