ଅନ୍ତର୍ଜାତୀୟଜାତୀୟ

‘ମାଇକ୍ରୋ ଆରଏନଏ’ ଆବିଷ୍କାର ପାଇଁ ଦୁଇ ଜଣଙ୍କୁ ମିଳିବ ‘ନୋବେଲ’

ନୂଆଦିଲ୍ଲୀ: ବର୍ଷ ୨୦୨୪ ପାଇଁ ନୋବେଲ ପୁରସ୍କାର ଘୋଷଣା ସୋମବାରଠାରୁ ଆରମ୍ଭ ହୋଇଛି । ଚିକିତ୍ସା କ୍ଷେତ୍ର ପାଇଁ ନୋବେଲ ବିଜେତାଙ୍କ ନାମ ଘୋଷଣା ହୋଇଛି । ଏଥର ଦୁଇ ଜଣ ମିଳିତ ଭାବେ ନୋବେଲ ପାଇବେ ।

ଏ ସମ୍ପର୍କରେ ଦ ନୋବେଲ ପ୍ରାଇଜ ଏକ୍ସ ହ୍ୟାଣ୍ଡେଲରେ ଏକ ପୋଷ୍ଟ କରାଯାଇ ସୂଚନା ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ମେଡିସିନ୍ କ୍ଷେତ୍ର ପାଇଁ ଏହି ସମ୍ମାନର ବିଜେତାଙ୍କ ନାମ ଆଜି ଘୋଷଣା କରାଯାଇଛି। ଚଳିତ ବର୍ଷ ଆମେରିକାର ଭିକ୍ଟର ଆମ୍ବ୍ରୋସ୍‌‌ ଓ ଗ୍ୟାରୀ ରୁଭକୁନଙ୍କୁ ମେଡିସିନ୍ କ୍ଷେତ୍ର ପାଇଁ ନୋବେଲ ପୁରସ୍କାର ପ୍ରଦାନ କରାଯିବ ।

ମାଇକ୍ରୋ ଆରଏନଏ ଆବିଷ୍କାର ପାଇଁ ଉଭୟଙ୍କୁ ଏହି ସମ୍ମାନ ମିଳିବ। ପ୍ରତିବର୍ଷ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ପାଇଁ ଏହି ପୁରସ୍କାର ଘୋଷଣା କରାଯାଏ। ସ୍ୱିଡେନର ଉଦ୍ଭାବକ ଆଲଫ୍ରେଡ ନୋବେଲଙ୍କ ନାମରେ ପ୍ରତିବର୍ଷ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥାଏ। ବିଜେତାଙ୍କୁ ୧୦ ନିୟୁତ ସ୍ୱିଡେନ କ୍ରୋନୋର (ପ୍ରାୟ ୯୦୦,୦୦୦ ଡଲାର) ଦିଆଯାଏ ।

Related Articles

Back to top button
WP Twitter Auto Publish Powered By : XYZScripts.com