ଓଡ଼ିଶା

‘ଓପିଏସସି’ ଅଧ୍ୟକ୍ଷ ଭାବେ ଦାୟିତ୍ଵ ଗ୍ରହଣ କଲେ ଅରୁଣ ଷଡ଼ଙ୍ଗୀ

ଭୁବନେଶ୍ୱର: ଓଡ଼ିଶା ଲୋକସେବା ଆୟୋଗର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ୧୯୯୦ ବ୍ୟାଚର ଆଇପିଏସ୍ ଅରୁଣ ଷଡ଼ଙ୍ଗୀ । ୬ ବର୍ଷ ପାଇଁ ଆୟୋଗରେ ନିଜର ଦାୟିତ୍ୱ ତୁଲାଇବେ ଅରୁଣ ଷଡ଼ଙ୍ଗୀ। ଦାୟିତ୍ୱ ଗ୍ରହଣ କରିବା ପରେ ଅରୁଣ ଷଡ଼ଙ୍ଗୀ କହିଛନ୍ତି ଯେ, ମୋତେ ଏକ ଗୁରୁ ଦାୟିତ୍ୱ ମିଳିଛି। ଗୁରୁ ଦାୟିତ୍ୱକୁ ନିଷ୍ଠା ଓ ସ୍ୱଚ୍ଛତା ସହ ନିର୍ବାହ କରିବି ।

ପରୀକ୍ଷାରେ ସ୍ୱଚ୍ଛତା ଓ ଚୟନ ପକ୍ରିୟାରେ ସ୍ୱଚ୍ଛତା ଆଣିବା ଆମର ପ୍ରାଥମିକତା ରହିବ । ଠିକ୍ ସମୟରେ ପରୀକ୍ଷା ଉପରେ ଗୁରୁତ୍ୱ ଦିଆଯିବ। ଟଙ୍କା ବା ଲାଞ୍ଚ ଦେଇ ଯଦି କେହି ପରୀକ୍ଷାର୍ଥୀଙ୍କୁ ଚାକିରି ଦେବା ପାଇଁ କହୁଛି, ତେବେ ତାହା କେବଳ ଠକେଇ ପାଇଁ କହୁଛି । ପରୀକ୍ଷାର୍ଥୀ ସେଥିରେ ନ ପଡ଼ିବା ପାଇଁ ପରାମର୍ଶ ଦେଉଛି। ସାଢ଼େ ୩୩ ବର୍ଷ ପୁଲିସ ଚାକିରି ପରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିଛି । ଏହାକୁ ମଧ୍ୟ ସୁଚାରୁରୂପେ ତୁଲାଇବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରିବି ବୋଲି ମତ ପ୍ରକାଶ କରିଛନ୍ତି ଆଇପିଏସ୍‌ ଅରୁଣ ଷଡ଼ଙ୍ଗୀ ।

କେହି ଯେପରି ଓଡ଼ିଶା ଲୋକସେବା ଆୟୋଗର ପରୀକ୍ଷାକୁ ନେଇ ପ୍ରଶ୍ନ ଉଠାଇବେନି ସେ ନେଇ ସବୁ ପଦକ୍ଷେପ ନିଆଯିବ। ଯଦି କୌଣସି ଆଶାୟୀ କାହାକୁ ଆପ୍ରୋଚ କରି କିମ୍ବା ପଇସା ଦେଇକି ଚାକିରି କରିବାକୁ ଆଶା ରଖୁଥିବେ, ତାହା ହେଲେ ସେହି ଆଶାୟୀ ଜଣଙ୍କ ଜାଣି ରଖିବା ଦରକାର ସେ ଲୋକଟା ତାଙ୍କୁ ଠକୁଛି। ଆଶାୟୀ ଜଣଙ୍କ ସେଥିରୁ ନିବୃତ୍ତ ରୁହନ୍ତୁ ବୋଲି କହିଛନ୍ତି ଅରୁଣ ଷଡ଼ଙ୍ଗୀ ।

Related Articles

Back to top button
WP Twitter Auto Publish Powered By : XYZScripts.com