ଜାତୀୟରାଜନୀତି

ହରିୟାଣାରେ ଜିରୋ, ଜମ୍ମୁ-କାଶ୍ମୀରରେ ଗୋଟିଏ ଆସନରେ ବିଜୟ ଆପ୍‌, କାହିଁକି ଏମିତି..ଜାଣନ୍ତୁ

ନୂଆଦିଲ୍ଲୀ: ଚାଲିଛି ହରିୟାଣା ସମେତ ଜମ୍ମୁ କାଶ୍ମୀରର ଭୋଟ ଗଣତି ପ୍ରକ୍ରିୟା । ଏହାରି ମଧ୍ୟରେ ଧିରେଧିରେ ଚିତ୍ର ସ୍ପଷ୍ଟ ହେବାରେ ଲାଗିଛି। ହରିୟାଣାରେ ବିଜେପି ପୁଣି ସରକାରକୁ ଫେରୁଥିବାବେଳେ ଏନସି ଓ କଂଗ୍ରେସ ମେଣ୍ଟ ଜମ୍ମୁ-କାଶ୍ମୀରରେ ସରକାର କରୁଛି । ଏହାରି ମଧ୍ୟରେ ଜମ୍ମୁ-କାଶ୍ମୀରରେ ଆପ ସରପ୍ରାଇଜ କରିଛି। ଗୋଟିଏ ଆସନ ଜିତିଛି । ଡୋଡାରୁ ବିଜୟୀ ହୋଇଛନ୍ତି ଆପ ପ୍ରାର୍ଥୀ ମେହରାଜ ମଲିକ । ସେ ଭାରତୀୟ ଜନତା ପାର୍ଟି ଗଜୟା ସିଂହ ରାଣାଙ୍କ ଠାରୁ ୪ ହଜାର ୭୭୦ ଖଣ୍ଡ ଭୋଟରେ ଜିତିଛନ୍ତି ।

ମେହରାଜ ମଲ୍ଲିକ ୨୨ ହଜାର ୯୪୪ ଖଣ୍ଡ ଭୋଟ ପାଇଥିବାବେଳେ ବିଜେପି ପ୍ରାର୍ଥୀ ଗଜୟା ସିଂହ ରାଣାଙ୍କୁ ୧୮ ହଜାର ୧୭୪ ଖଣ୍ଡ ଭୋଟ ମିଳିଛି । ୯୦ ଆସନ ବିଶିଷ୍ଟ ଜାମ୍ମୁ-କଶ୍ମୀର ବିଧାନସଭାରେ ନିର୍ବାଚନ ଫଳାଫଳ ସମସ୍ତଙ୍କୁ ଚମକାଇ ଦେଇଛି । ଗଣତି ଅନୁସାରେ ଏଠାରେ ବିଜେପିକୁ କଡା ଟକ୍କର ଦେଇ ଏନସି ଓ କଂଗ୍ରେସ ମେଣ୍ଟ ଆଗୁଆ ରହିଛି। ଏନସି ଓ କଂଗ୍ରେସ ମେଣ୍ଟ ୪୬ ସିଟରେ ଆଗୁଆ ରହିଥିବା ବେଳେ ବିଜେପି ୨୯ ସିଟରେ ଓ ପିଡିପି ୪ ଟି ସିଟରେ ଆଗୁଆ ରହିଛି । ସ୍ବାଧୀନପ୍ରାର୍ଥୀ ୧୧ ଟି ସିଟରେ ଆଗୁଆ ରହିଥିବା ବେଳେ ଗୋଟିଏ ଆସନରେ ଆପ ବିଜୟୀ ଲାଭ କରିଛି ।

ଅନ୍ୟପଟେ ହରିୟାଣା ରାଜନୀତିରେ ପଛରେ ପଡିଛି ଆମ ଆଦମୀ ପାର୍ଟି। କାମ କଲାନି କେଜ୍ରିୱାଲଙ୍କ ଝାଡୁର ମ୍ୟାଜିକ। କଂଗ୍ରେସ ସହିତ ମେଣ୍ଟ ନହେବା ପରେ ଆପ୍ ହରିୟାଣାର ମୋଟ ୯୦ ସିଟରୁ ୮୯ ସିଟରେ ଲଢିଥିଲା ନିର୍ବାଚନ। ହେଲେ ଆପକୁ ମାତ୍ର ୧.୬୫ ପ୍ରତିଶତ ଭୋଟ ମିଳିଥିବା କହିଛି ନିର୍ବାଚନ ଆୟୋଗ। ରାଜ୍ୟରେ ହାଇ ଭୋଲଟେଜ ପ୍ରଚାର କରିବା ସହ ନିଜେ ହରିୟାଣା ପୁଅ କହିଥିଲେ ମଧ୍ୟ କେଜ୍ରିୱାଲଙ୍କୁ ହରିୟାଣାରେ ନିରାଶ ହେବାକୁ ପଡିଛି ।

ନିର୍ବାଚନ ଆୟୋଗ ସୂଚନା ଅନୁଯାୟୀ ଆପ୍ ପ୍ରାର୍ଥୀମାନେ ୪ ନମ୍ବର କିମ୍ବା ତାଠାରୁ ତଳ ସ୍ତରରେ ଅଛନ୍ତି। ଦିଲ୍ଲୀ ଓ ପଞ୍ଜାବ ଶାସିତ ଆପ ହରିୟାଣାରେ ସରକାର ଗଢିବ ବୋଲି ଜୋରଦାର ପ୍ରଚାର କରିଥିଲେ ଆପ୍ ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ। ରାଜ୍ୟରେ ଆପକୁ ଛାଡି କୌଣସି ଦଳ ସରକାର ଗଠନ କରି ପାରିବନି ବୋଲି ସେ କହୁଥିଲେ।ସୂଚନା ଥାଉକି, ୨୦୧୯ ନିର୍ବାଚନରେ ଆପ୍ ହରିୟାଣାରେ ମୋଟ ୪୬ ଆସନରେ ନିର୍ବାଚନ ଲଢି ସବୁଠି ପରାଜୟ ବରଣ କରିଥିଲା। ଦଳ ପ୍ରଥମେ ୨୦୧୪ ରେ ନିର୍ବାଚନ ମୈଦାନକୁ ଓହ୍ଲାଇଥିଲେ ମଧ୍ୟ ସେବେଠୁ ହରିୟାଣାର କୌଣସି ବିଧାନସଭା କିମ୍ବା ଲୋକସଭା ନିର୍ବାଚନରେ ନିଜର ଖାତା ଖୋଲି ପାରିନାହିଁ ।

Related Articles

Back to top button
WP Twitter Auto Publish Powered By : XYZScripts.com