ଓଡ଼ିଶାଜାତୀୟବାଣିଜ୍ୟ

ଏଲନ ମସ୍କ ଲଞ୍ଚ କଲେ ରୋବଟାକ୍ସ ସାଇବରକ୍ୟାବ । ଜାଣନ୍ତୁ ଦାମ୍ କେତେ?

ନୂଆଦିଲ୍ଲୀ: ଅନ୍ତ ହେବାକୁ ଯାଉଛି ଦୀର୍ଘ ଦିନର ଅପେକ୍ଷା । ଲମ୍ବା ସମୟ ପରେ ମାର୍କେଟକୁ ଆସିଛି ଟେସଲା ସାଇବରକ୍ୟାବ । ଶେଷରେ ଦୁନିଆ ଆଗରେ ରୋବଟାକ୍ସିକୁ ଲଂଚ କରିଛନ୍ତି ଏଲନ ମସ୍କ । ବିନା ଡ୍ରାଇଭରରେ ଚାଲିବ ଏହି ଗାଡି । ଏଥିରେ ନା ଷ୍ଟିଅରିଂ ଅଛି ନା ପେଡାଲ । କାଲିଫର୍ଣ୍ଣିଆର ବରବ୍ୟାଙ୍କରେ ଆୟୋଜିତ କାର୍ଯ୍ୟକ୍ରମରେ ଏହି କ୍ୟାବର ଉନ୍ମୋଚନ କରିଛନ୍ତି ଟେସଲା ସିଇଓ ।

ଏହିସମୟରେ ମସ୍କ ଘୋଷଣା କରିଛି ଯେ ୨୦୨୬-୨୭ରୁ ଏହାର ଉତ୍ପାଦନ ଆରମ୍ଭ ହୋଇପାରେ । ଏବଂ ଏହି ଡ୍ରାଇଭରହୀନ ବିଦୁ୍ୟତ ଗାଡିର ମୁଲ୍ୟ ରହିପାରେ ପାଖାପାଖି ୨୦ରୁ ୩୦ହଜାର ଡଲାର । ତେବେ ଏହି ରୋବୋଟାକ୍ସି ହେଉଛି ଏକ ସ୍ୱୟଂଶାସିତ ଯାନ, ଯାହାର ଷ୍ଟିଅରିଂ ଚକ କିମ୍ବା ପେଡାଲ୍ ନାହିଁ । ସେହିପରି ଏହା ପ୍ରଡକ୍ସନ ପାଇଁ ଯିବା ପୂର୍ବରୁ ଏହାକୁ ସରକାରଙ୍କ ଅନୁମୋଦନ ନେବାକୁ ପଡିବ ।

ଏହାର ଡିଜାଇନ୍ ଫୁ୍ୟଚରଷ୍ଟିକ ରହିଛି । ଯେଉଁଥିରେ ଡୋରଗୁଡ଼ିକ ବଟରଫ୍ଲାଏର ଡେଣା ସଦୃଶ ରହିଥିବା ବେଳେ ଏକ ଛୋଟ କ୍ୟାବିନ୍ ରହିଛି । ଏଥିରେ କେବଳ ଦୁଇଜଣ ଯାତ୍ରୀଙ୍କ ପାଇଁ ବସିବା ବ୍ୟବସ୍ଥା କରାଯାଇଛି । ତେବେ ସ୍ମାର୍ଟଫୋନ ଚାର୍ଜ ଭଳି ଏହାର ବ୍ୟାଟେରୀ ଚାର୍ଜ କରାଯାଇ ପାରିବ ।

Related Articles

Back to top button
WP Twitter Auto Publish Powered By : XYZScripts.com