ଓଡ଼ିଶାରାଜନୀତି

ବିଜେଡ଼ି ଛାଡ଼ିଲେ କାହା ପାଇଁ, କହିଲେ ପ୍ରସନ୍ନ ପାଟ୍ଟଶାଣୀ, ଜାଣନ୍ତୁ

ଭୁବନେଶ୍ୱର: ବିଜେଡିର ଭିତିରି କଥା ଧୀରେ ଧୀରେ ବରିଷ୍ଠ ଅସନ୍ତୁଷ୍ଟ ନେତାମାନଙ୍କ ମାଧ୍ୟମରେ ଲୋକ ଲୋଚନକୁ ଆସିବାରେ ଲାଗିଛି l ସେହିପରି ଆଜି ବିସ୍ଫୋରକ ବୟାନ ଦେଇଛନ୍ତି ବିଜେପି ପ୍ରସନ୍ନ ପାଟ୍ଟଶାଣୀ l ସେ କହିଛନ୍ତି କି, ମୋର ବିଜେଡି ଛାଡିବାର ମୁଖ୍ୟ କାରଣ ପାଣ୍ଡିଆନ l ପାଣ୍ଡିଆନଙ୍କ ପାଇଁ ମୁଁ ବିଜେଡି ଛାଡ଼ିଛି l ଯେତେ ପର୍ଯ୍ୟନ୍ତ ଦଳରେ ପାଣ୍ଡିଆନ ଥିବେ, ସେ ପର୍ଯ୍ୟନ୍ତ ବିଜେଡି ଆସିବନି l ପାଣ୍ଡିଆନଙ୍କ ପାଇଁ ଲୋକପ୍ରିୟ ସରକାର ଚାଲିଗଲା ବୋଲି କହିଛନ୍ତି ପାଟ୍ଟଶାଣୀ l

ନବୀନଙ୍କ ପ୍ରତି ମୋର ଦୁର୍ବଳତା ଅଛି କିନ୍ତୁ ପାଣ୍ଡିଆନଙ୍କ ପାଇଁ ଓଡ଼ିଶାରୁ ଏକ ଲୋକପ୍ରିୟ ସରକାର ଚାଲିଗଲା । ପାଣ୍ଡିଆନଙ୍କ ପାଇଁ ବିଜେଡି ହାରିଲା । ଏହାର ସୁଯୋଗ ନେଲା ବିଜେପି l ସେଥିପାଇଁ ଲୋକେ ବିଜେପିକୁ କ୍ଷମତାକୁ ଆଣିଲେ । ଦଳ କ୍ଷମତାରୁ ଚାଲିଗଲେ କ’ଣ ହୁଏ ଏବେ ତାହା ଜଣାପଡ଼ୁଛି । ଆଗକୁ ବିଜେଡିରେ ପରିସ୍ଥିତି ଆହୁରି ଭୟାବହ ହେବ ବୋଲି କହିଛନ୍ତି ପ୍ରସନ୍ନ । ବିଜେଡିରେ ତ କେହି ନବୀନଙ୍କ ବିରୁଦ୍ଧରେ କହୁ ନାହାନ୍ତି । ସମସ୍ତେ ପାଣ୍ଡିଆନକୁ କାହିଁକି କହୁଛନ୍ତି? ରାଜନୀତି କରିବା ପାଇଁ ବହୁତ ଭଲ ଭଲ ଲୋକ ଅଛନ୍ତି l ପାଣ୍ଡିଆନ ପଛରେ ଧାଇଁଲେ କ’ଣ ହେବ ବୋଲି କହିଛନ୍ତି ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣୀ ।

ତେବେ ସୂଚନା ଅନୁଯାୟୀ, ୨୦୨୪ରେ ପାଟ୍ଟଶାଣୀଙ୍କୁ ଟିକେଟ୍ ଦେଇ ନଥିଲା ବିଜେଡି । ଏହାପରେ ବିଜେପି ପ୍ରତି ଢଳିଥିଲେ ପ୍ରସନ୍ନ । ଆଉ ପରେ ପାଟ୍ଟଶାଣୀ ଦିଲ୍ଲୀ ଯାଇ ବିଜେପିରେ ମିଶିଥିଲେ । ଅନ୍ୟପଟେ ନିର୍ବାଚନ ପରାଜୟ ପରେ ଦଳରେ ଅନ୍ତଃକନ୍ଦଳକୁ ନେଇ ବିଜେଡି ଚର୍ଚ୍ଚାରେ ରହି ଆସୁଛି । ଦଳୀୟ ନେତାମାନେ ମଧ୍ୟ ପରସ୍ପର ବିରୋଧରେ ବୟାନବାଜି କରୁଛନ୍ତି । ଏପରିକି କିଛି ନେତା ବିଜେଡି ଛାଡ଼ି ବିଜେପି ସମ୍ପର୍କରେ ଅଛନ୍ତି । ସେହିଭଳି ଗତକାଲି ବରିଷ୍ଠ ବିଜେଡି ନେତା ଅମର ପ୍ରସାଦ ଶତପଥୀ ନିଜର ଅସନ୍ତୋଷ ଝାଡ଼ିଥିଲେ l

Related Articles

Back to top button
WP Twitter Auto Publish Powered By : XYZScripts.com