Uncategorizedଜାତୀୟରାଜନୀତି

ଉପନିର୍ବାଚନ ଲଢିବେ ପ୍ରିୟଙ୍କା ଗାନ୍ଧି । କଂଗ୍ରେସ ଘୋଷଣା କଲା ପ୍ରାର୍ଥୀ । ଦେଖନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ପ୍ରତ୍ୟେକ୍ଷ ରାଜନୀତିରେ କଂଗ୍ରେସ ମହାସଚିବ । ଉପନିର୍ବାଚନରେ ଡେବୁ୍ୟ କଲେ ପ୍ରିୟଙ୍କା ଗାନ୍ଧି । ଅର୍ଥାତ ପ୍ରଥମଥର ପାଇଁ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି ପ୍ରିୟଙ୍କା । ସେ କେରଳର ୱାୟନାଡ ଲୋକସଭା ଆସନରୁ ମଇଦାନକୁ ଓହ୍ଲାଇଛନ୍ତି । ଏନେଇ ମଙ୍ଗଳବାର ବିଧିବଦ୍ଧ ଭାବେ ତାଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । ଏହାବାଦ କେରଳ ୨ଟି ବିଧାନସଭା ଉପ ନିର୍ବାଚନ ପାଇଁ ମଧ୍ୟ କଂଗ୍ରେସ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । କେରଳର ପାଲକ୍କଡରୁ ରାହୁଲ ଏମଙ୍କୁ ଦଳ ପ୍ରାର୍ଥୀ କରିଥିବା ବେଳେ ଚେଲାକାରାରୁ ରାମ୍ୟା ହରିଦାସଙ୍କୁ ମିଳିଛି ଟିକେଟ ।

ତେବେ ଆସନ୍ତା ନଭେମ୍ବର ୧୩ରେ ୱାୟନାଡ ସମେତ ଏହି ଦୁଇ ବିଧାନସଭା ଆସନରେ ଭୋଟ ହେବ। ଏଥିପାଇଁ ଭାରତୀୟ ନିର୍ବାଚନ କମିଶନ ତାରିଖ ଘୋଷଣା କରିଛନ୍ତି। ଏନେଇ ଗ୍ୟାଜେଟ ନୋଟିଫିକେସନ ୧୮ ଅକ୍ଟୋବରରେ ପ୍ରକାଶ ପାଇବ । ନାମାଙ୍କନ ଦାଖଲ ଶେଷ ତାରିଖ ଅକ୍ଟୋବର ୨୫ ରହିଥିବା ବେଳେ ପ୍ରତ୍ୟାହାର ପାଇଁ ଅକ୍ଟୋବର ୩୦କୁ ଧାର୍ୟ୍ୟ କରାଯାଇଛି । ନଭେମ୍ବର ୧୩ରେ ଏଠାରେ ଭୋଟିଂ ହେବାକୁ ଥିବା ବେଳେ ନଭେମ୍ବର ୨୩ରେ ଭୋଟ ଗଣତି ସହ ଆସିବ ଫଳାଫଳ ।

ତେବେ ଏହି ଘୋଷଣା ପରେ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ତାଲିକା ଜାରି କରାଯାଇଛି । କହିରଖୁଛୁ ଯେ, ୨୦୧୯ରେ ରାହୁଲ ୱାୟନାଡରୁ ପ୍ରଥମଥର ନିର୍ବାଚନ ଲଢ଼ିବା ସହ ବିଜୟ ହୋଇଥିଲେ । ୨୦୨୪ରେ ସେ ୱାୟନାଡ ସହ ରାଏବରେଲୀ ଆସନରେ ନିର୍ବାଚନ ଲଢ଼ି ଦୁଇଟି ଯାକ ଆସନ ଜିତିଥିଲେ । ହେଲେ ଗୋଟିଏ ଆସନ ରଖିବାର ନିୟମ ଥିବାରୁ ୱାୟନାଡ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ ରାହୁଲ ଗାନ୍ଧି । ଆଉ ଏହି ଆସନକୁ ନିଜ କବଜାରେ ପୁଣି ରଖିବା ପାଇଁ ରଣାଙ୍ଗନାକୁ ଓହ୍ଲାଇଛନ୍ତି ପ୍ରିୟଙ୍କା ଗାନ୍ଧି ।

Related Articles

Back to top button
WP Twitter Auto Publish Powered By : XYZScripts.com