ଓଡ଼ିଶାରାଜନୀତି

ଫାଟୁଛି ଶଙ୍ଖ; ବିଜେଡି ପାଖରେ ଆଉ ନେତୃତ୍ୱ ନାହିଁ: ଜୟନାରାୟଣ ମିଶ୍ର

ଭୁବନେଶ୍ୱର: ବିଜେଡିକୁ ନେଇ ନେତାମାନେ ଭବିଷ୍ୟବାଣୀ କରୁଛନ୍ତି l ଯାହାକି ଏହି ଭବିଷ୍ୟବାଣୀ ଟ୍ରେଂଡିରେ ରହିଛି l ଏହି କ୍ରମରେ ଆଜି ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଏକ ଭବିଷ୍ୟବାଣୀ କରିଛନ୍ତି । ଖୁବ୍‌ଶୀଘ୍ର ବିଜେଡି ଭାଙ୍ଗି ଛିନ୍‌ଛତ୍ର ହୋଇଯିବ ବୋଲି ସେ ପୂର୍ବାନୁମାନ କରିଛନ୍ତି ଜୟନାରାୟଣ । ବିଜେଡିର ଆୟୁଷ ଖୁବ୍‌ କମ ଦିନ । ବିଜେଡିର ବହୁ ନେତା ବିଜେପିରେ ଯୋଗାଯୋଗରେ ଅଛନ୍ତି ।

ପ୍ରଥମେ ଦୁର୍ନୀତି ମୁକ୍ତଙ୍କ କଥା ବିଚାର କରାଯାଇ ଦଳରେ ନିଆଯିବ । ବିଜେଡି ପାଖରେ ଆଉ ନେତୃତ୍ୱ ନାହିଁ । ନେତାଙ୍କୁ ଚାକର ଭଳି ରଖିଥିଲେ l ଏବେ ରିଭେଂଜ ମୁଡ୍‌କୁ ଆସିଯାଇଛନ୍ତି । ନେତାମାନେ ଟେଣ୍ଟ ଗାତ ଖୋଳିଲେ, ଚେୟାର ବୋହିଲେ ଏଭଳି କାର୍ଯ୍ୟ କରିଛନ୍ତି ବୋଲି ଜୟନାରାୟଣ କହିଛନ୍ତି । ସୂଚନାଅନୁଯାୟୀ, ଗତ ନିର୍ବାଚନରେ ବିଜେଡିର ପରାଜୟ ପରେ ଦଳରେ ଥିବା ଓ ଅନ୍ୟ ଦଳକୁ ଯାଇଥିବା ବରିଷ୍ଠ ନେତାମାନେ ଜଣକ ପରେ ଜଣେ ବୟାନ ଦେବା ଆରମ୍ଭ କରିଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com