ଓଡ଼ିଶା

ଶ୍ରୀମନ୍ଦିର ସେବାୟତ ବକ୍ସି ରାମଚନ୍ଦ୍ର ପ୍ରତିହାରୀଙ୍କ ଉପରେ ଆକ୍ରମଣ ଘଟଣା: ପନ୍ତିବଡ଼ୁ ସେବକ ନିଲମ୍ବିତ

ପୁରୀ: ଶ୍ରୀମନ୍ଦିର ବରିଷ୍ଠ ସୁପରଭାଇଜର ବକ୍ସି ରାମଚନ୍ଦ୍ର ପ୍ରତିହାରୀଙ୍କ ଉପରେ ଆକ୍ରମଣ ଘଟଣା । ଘଟଣାରେ ସମ୍ପୃକ୍ତି ନେଇ ରିପୋର୍ଟ ଆସିବା ପରେ କଡା କାର୍ଯ୍ୟାନୁଷ୍ଠାନ ନେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଘଟଣାର ଅଭିଯୋଗରେ ପନ୍ତିବଡ଼ୁ ସେବକ ଚନ୍ଦନ ସାମନ୍ତରା ନିଲମ୍ବିତ । ଶ୍ରୀ ଜଗନ୍ନାଥ ମନ୍ଦିର ଆଇନ ଆଧାରରେ ମହାପ୍ରଭୁଙ୍କ ସେବା ପୂଜାରୁ ନିଲମ୍ବନ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

ଶ୍ରୀମନ୍ଦିର ପରିସର କିମ୍ବା ରୋଷ ଘରେ ତାଙ୍କ ପ୍ରବେଶ ନିଷିଦ୍ଧ । ଶ୍ରୀମନ୍ଦିରରେ କୌଣସି ପ୍ରକାର ବିଶୃଙ୍ଖଳା ବରଦାସ୍ତ କରାଯିବନି ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ । ଅନ୍ୟପଟେ ଆକ୍ରମଣର ଶିକାର ହୋଇଥିବା ପ୍ରତିହାରୀ କହିଛନ୍ତି, ଶ୍ରୀମନ୍ଦିର ଆନନ୍ଦ ବଜାରରେ ଅଣସେବାୟତଙ୍କ ପ୍ରବେଶ ଓ ବାହାର ଜିନିଷ ବିକ୍ରି ଉପରେ କଟକଣା ଲାଗୁ କରାଯାଇଛି। ଫଳରେ ଆନନ୍ଦ ବଜାରରେ ବସି ରାବିଡ଼ି ଏବଂ ଅନ୍ୟାନ୍ୟ ଜିନିଷ ବିକ୍ରି କରୁଥିବା ବ୍ୟକ୍ତିମାନଙ୍କୁ ହଟାଇ ଦିଆଯାଇଥିଲା । ଆନନ୍ଦବଜାରରେ ରାବିଡ଼ି ବିକ୍ରି କରୁଥିବା ଜଣେ ବ୍ୟକ୍ତି ସେହି ରାଗ ରଖି ତାଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ ।

ଆକ୍ରମଣରେ ତାଙ୍କ ଡାହାଣ ହାତ ସମେତ ଶରୀରର କେତେକ ସ୍ଥାନରେ ଗୁରୁତର ଆଘାତ ଲାଗିଛି । ସୂଚନା ଅନୁଯାୟୀ, ଶ୍ରୀମନ୍ଦିର ବରିଷ୍ଠ ସୁପରଭାଇଜର ବକ୍ସି ରାମଚନ୍ଦ୍ର ପ୍ରତିହାରୀଙ୍କ ଉପରେ ମରଣାତ୍ମକ ଆକ୍ରମଣ କରିଥିଲେ କିଛି ଦୁର୍ବୃତ୍ତ । ଆକ୍ରମଣ ପରେ ଶ୍ରୀ ନାରାୟଣ ପ୍ରତିହାରୀଙ୍କୁ ଚିକିତ୍ସା ପାଇଁ ପୁରୀ ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏନେଇ ସିଂହଦ୍ୱାର ଥାନାରେ ମାମଲା ରୁଜୁ ହେବା ପରେ ପୋଲିସ ଖବର ପାଇ ପ୍ରଥମେ ଘଟଣାସ୍ଥଳ ଓ ପରେ ମେଡିକାଲରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com