କ୍ରୀଡ଼ାଜାତୀୟ

୩ୟ ଟେଷ୍ଟ: ନ୍ୟୁଜିଲ୍ୟାଣ୍ଡକୁ ୨୩୫ରେ ଅଲଆଉଟ, କେମିତି ଜାଣନ୍ତୁ

ନୂଆଦିଲ୍ଲୀ: ନ୍ୟୁଜିଲ୍ୟାଣ୍ଡ ଠାରୁ ଟେଷ୍ଟ ସିରିଜ ହାରି ସାରିଥିବା ଘରୋଇ ଟିମ ଭାରତ ଆଜି ଶେଷ ମ୍ୟାଚ୍‌ରେ ବୋଲିଂରେ ଯାଦୁ ଦେଖାଇଛି । ଭାରତ ବିପକ୍ଷ ୩ୟ ଟେଷ୍ଟ ମ୍ୟାଚରେ ନ୍ୟୁଜିଲାଣ୍ଡ ୨୩୫ ରନରେ ଅଲଆଉଟ୍‌ ହୋଇଯାଇଛି । ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଚାଲୁଥିବା ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ।

ହେଲେ ଆରମ୍ଭରୁ ଦଳକୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଡାରିଲ ମିଚେଲ ଏବଂ ଓ୍ବିଲ ୟୋଙ୍ଗ ଦଳର ସ୍ଥିତି ସୁଧାରିବାକୁ ଉଦ୍ୟମ କରିଥିଲେ ହେଁ ବେଶୀ ସମୟ ତିଷ୍ଠିପାରି ନ ଥିଲେ। ମିଚେଲ ୮୨ ଏବଂ ୟୋଙ୍ଗ ୭୧ ରନ୍‌ କରି ଆଉଟ୍‌ ହୋଇଯାଇଥିଲେ । ଏହା ପରଠାରୁ ଜଣକ ପରେ ଜଣେ ଖେଳାଳି ଆଉଟ୍‌ ହୋଇଯାଇଥିଲେ ।

ନ୍ୟୁଜିଲାଣ୍ଡ ଦଳର ବିପର୍ଯ୍ୟୟର ପ୍ରମୁଖ କାରଣ ସାଜିଥିଲେ ଭାରତୀୟ ବୋଲର ଓ୍ବାଶିଂଟନ ସୁନ୍ଦର ଏବଂ ରବୀନ୍ଦ୍ର ଜାଡେଜା । ସୁନ୍ଦର ୪ଟି ଏବଂ ଜାଡେଜା ୫ଟି ଉଇକେଟ ନେଇଥିଲେ। ଆକାଶ ଦୀପ ଗୋଟିଏ ଉଇକେଟ୍‌ ନେଇଥିଲେ । ୩ ମ୍ୟାଚ ବିଶିଷ୍ଟ ସିରିଜରେ ନ୍ୟୁଜିଲାଣ୍ଡ ୨-୦ରେ ଆଗୁଆ ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com