ନଭେମ୍ବର ଶେଷ ସୁଦ୍ଧା ମିଳିବ ତୃତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା: ଉପମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ପୁଣି ଖାତାକୁ ଚଢିବ ସୁଭଦ୍ରା ଟଙ୍କା । ନଭେମ୍ବର ଶେଷ ସୁଦ୍ଧା ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ଛଡାଯିବ । ନଭେମ୍ବର ଶେଷ ସପ୍ତାହରେ ୨୦ ଲକ୍ଷରୁ ଉର୍ଦ୍ଧ୍ବ ହିତାଧିକାରୀଙ୍କୁ ପରବର୍ତ୍ତୀ ସୁଭଦ୍ରା କିସ୍ତି ମିଳିବ । ଏହାପରେ ଡିସେମ୍ବରରେ ମିଳିବ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା । ଡିସେମ୍ବର ଶେଷ ସୁଦ୍ଧା ଏଥିରେ ୧ କୋଟିରୁ ଅଧିକ ମହିଳାଙ୍କୁ ସାମିଲ କରାଯିବ ।
ଅନ୍ୟପଟେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି, ଡିସେମ୍ବର ଶେଷ ସୁଦ୍ଧା ୧ କୋଟିରୁ ଅଧିକ ମହିଳାଙ୍କୁ ଟଙ୍କା ମିଳିବ । ଖାରଜ ଆବେଦନର ରିଚେକ୍ ପାଇଁ ବିଡିଓଙ୍କୁ ନୋଡାଲ ଏଜେନ୍ସି ଭାବରେ ଦାୟିତ୍ୱ ଦିଆଯାଇଛି । ଜିଲ୍ଲାସ୍ତରରେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ନେଇ ୩ ଜଣିଆ କମିଟି ହୋଇଛି । ଖାରଜ ହିତାଧିକାରୀଙ୍କୁ ଅଙ୍ଗନବାଡି ଦିଦିଙ୍କ ଜରିଆରେ ନୋଟିସ୍ ହେବ । ଜମି ଆଧାରରେ ଖାରଜ ହୋଇଥିଲେ ତହସିଲଦାର, ଆରଆଇ ପୁନଃ ଯାଞ୍ଚ କରିବେ।
ଖାରଜ ୨ଲକ୍ଷ ୬୭ ହଜାର ଆବେଦନ ମଧ୍ୟରୁ ଜମି ଆଧାରରେ, ବ୍ୟାଙ୍କ ଲିଙ୍କ୍ ପାଇଁ କଟିଥିଲେ ବ୍ୟାଙ୍କ ସହ ଯୋଗାଯୋଗ କରି ଜଣାଇବେ । ଅଙ୍ଗନବାଡି କର୍ମୀ, ଏମ୍ବିକେମାନଙ୍କୁ ଯାଞ୍ଚ କରି ଟଙ୍କା ଦିଆଯିବ ବୋଲି ସୂଚନା ମିଳିଛି । ତେବେ ଗତ ୧୭ ତାରିଖରେ ବହୁ ଚର୍ଚ୍ଚିତ ସୁଭଦ୍ରା ଯୋଜନା ପ୍ରଧାମନ୍ତ୍ରୀଙ୍କ ମୋଦିଙ୍କ ହାତରେ ହିଁ ଶୁଭାରମ୍ଭ ହୋଇଥିଲେ । ପ୍ରଥମ କିସ୍ତିରେ ୨୫ ଲକ୍ଷ ମହିଳାଙ୍କ ଖାତାକୁ ଯାଇଥିଲା ୫ ହଜାର । ଏବେ ସୁଦ୍ଧା ୧ କୋଟିରୁ ଅଧିକ ମହିଳା ଆବେଦନ ଭରିବା ବେଳେ ମୋଟ ୬୦ ଲକ୍ଷ ୨୦ ହଜାର ମହିଳା ଏଥିରେ ସାମିଲ ହୋଇସାରିଲେଣି ।