ଓଡ଼ିଶା

ଶିକ୍ଷାନୁଷ୍ଠାନ ହେବ ନିଶାମୁକ୍ତ: ୩୦୦ ଫୁଟ ଭିତରେ ନିଶା ବିକ୍ରି ହୋଇପାରିବ ନାହିଁ

ଭୁବନେଶ୍ବର: ବିଦ୍ୟାର୍ଥୀଙ୍କୁ ନିଶାଠାରୁ ଦୂରରେ ରଖିବା ପାଇଁ ଆସିଲା ନୂଆ ନିୟମ l ଏଣିକି ଶିକ୍ଷାନୁଷ୍ଠାନ ନିକଟରେ ନିଶା ଦ୍ରବ୍ୟ ବିକ୍ରି ପାଇଁ ନାହିଁ ଅନୁମତି l ତେବେ ଏହି ନିୟମଟି ହେଲା ଶିକ୍ଷାନୁଷ୍ଠାନର ପାଚେରୀ ଠାରୁ ୩୦୦ ଫୁଟ ବା ୯୨ ମିଟର ଭିତରେ କୌଣସି ମାଦକଦ୍ରବ୍ୟ ଦୋକାନ ରହିପାରିବନାହିଁ । କୋଟପା ଆଇନରେ ଏଭଳି ସ୍ପଷ୍ଟ ବ୍ୟବସ୍ଥା ରହିଛି । ମାତ୍ର ଯୁବପୀଢିକୁ ଏଥିରୁ ମୁକ୍ତ ରଖିବାରେ ସଫଳ ହୋଇପାରୁନାହାନ୍ତି ସରକାର। ଏଭଳି ସ୍ଥିତିରେ ତମାଖୁମକ୍ତ ଶିକ୍ଷାନୁଷ୍ଠାନ ପାଇଁ ପୁଣି ଅଣ୍ଟା ଭିଡ଼ିଛନ୍ତି ସରକାର ।

ଅନ୍ୟପଟେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏକ ୬୦ ଦିନିଆ ତମାଖୁମୁକ୍ତ ଯୁବ ଅଭିଯାନ ୨.୦ ଆରମ୍ଭ କରାଯାଇଛି । ତମାଖୁ ବ୍ୟବହାର ଠାରୁ ଦୂରେଇ ରହିବା, ତମାଖୁ ସେବନକାରୀଙ୍କୁ ସେଥିରୁ ନିବୃତ୍ତ କରାଇବା ଏବଂ ଯୁବପିଢ଼ିଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଅଭିଯାନର ଉଦ୍ଦେଶ୍ୟ । ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଏହି ଅଭିଯାନ ପାଳନ ଲାଗି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ଅଶ୍ବତୀ ଏସ୍. ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବଙ୍କୁ ଚିଠି ଲେଖିଛନ୍ତି । ତମାଖୁମୁକ୍ତ ଶିକ୍ଷାନୁଷ୍ଠାନ ପାଇଁ ଏହି ଅଭିଯାନ ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ସବୁ ଶିକ୍ଷାନୁଷ୍ଠାନକୁ ନିର୍ଦେଶ ଜାରି କରିବାକୁ କୁହାଯାଇଛି ।

ଏ ସଂକ୍ରାନ୍ତରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି। ଶିକ୍ଷାନୁଷ୍ଠାନ ଗୁଡ଼ିକରେ ସମସ୍ତେ ଏକାଠି ହୋଇ ତମାଖୁ ଦ୍ରବ୍ୟ ବ୍ୟବହାର କରିବେ ନାହିଁ ବୋଲି ଶପଥ ନେବେ। ପୋଷ୍ଟର, ସ୍ଲୋଗାନ, ପ୍ରବନ୍ଧ, କୁଇଜ୍‌, ବିତର୍କ ଆଦି ବିଭିନ୍ନ ପ୍ରତିଯୋଗିତା ଓ ପଥପ୍ରାନ୍ତ ନାଟକ କରାଯିବ। ତମାଖୁର କ୍ଷତିକାରକ ପ୍ରଭାବ ସମ୍ପର୍କିତ ସଚେତନତା ପୋଷ୍ଟର ପ୍ରଦର୍ଶନୀ. ତମାଖୁ ନିୟନ୍ତ୍ରଣ ପଦକ୍ଷେପକୁ ପରିଚାଳନା କମିଟି ଉତ୍ସାହିତ କରିବା ସହ ଏ ଦିଗରେ ଭଲ କାମ କରୁଥିବା ବ୍ୟକ୍ତିଙ୍କୁ ପୁରସ୍କାର ଦେବାକୁ ପରାମର୍ଶ ଦିଆଯାଇଛି । ତମାଖୁ ନିୟନ୍ତ୍ରଣ ସମ୍ପର୍କରେ ବକ୍ତବ୍ୟ ଦେବା ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ବିଦ୍ୟାଳୟ ଗୁଡ଼ିକ ନିମନ୍ତ୍ରଣ କରିପାରିବେ ବୋଲି ପ୍ରସ୍ତାବ ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com