ତୃତୀୟ ଥର ପାଇଁ ମା’ ହେଲା ବାଘୁଣୀ ରୁପା; ଜନ୍ମ ଦେଲା ୪ ବାଘ ଶାବକ
ଭୁବନେଶ୍ୱର: ମା’ ହେଲା ବାଘୁଣୀ ରୁପା । ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ଆସିଛି ଖୁସିର ଲହର । ତୃତୀୟ ଥର ପାଇଁ ମା’ ହେଲା ବାଘୁଣୀ ରୁପା। ଏହି ପ୍ରାଣୀ ଉଦ୍ୟନରେ ୪ଟି ବାଘ ଶାବକ ଜନ୍ମ ନେଇଛନ୍ତି । କ୍ରୀଷ୍ଣା ଏବଂ ରୁପା ମିଳନରେ ଜନ୍ମ ନେଲା ବାଘ ଶାବକ । କ୍ରୀଷ୍ଣା ମେଲେନାଷ୍ଟିକ୍ ହୋଇଥିବା ବେଳେ କିଛି ଶାବକ ମେଲେନାଷ୍ଟିକ୍ ହେବା ନେଇ ଆଶା କରାଯାଉଛି।
ସେପଟେ ଖୁଆଡୋ ଚାରିପଟେ ସିସିଟିଭି କ୍ୟାମେରା ଖଞ୍ଜାଯାଇଛି । ନନ୍ଦନକାନନର ସ୍ଵତନ୍ତ୍ର ଟିମ୍ କଡ଼ା ନଜର ରଖିଛନ୍ତି । ବାଘୁଣୀ ରୁପା ତୃତୀୟ ଥର ପାଇଁ ମା’ ହୋଇଛି । ସେ ପ୍ରଥମ ଥର ପାଇଁ ୨୦୨୨ ମାର୍ଚ୍ଚ ୧୧ତାରିଖରେ ମା’ ହୋଇଥିଲା । ମହାବଳ ବାଘ ‘ରାଜେଶ’ ସହିତ ମିଳନରୁ ୩ ଶାବକ ଜନ୍ମ ଦେଇଥିଲା । ଏଥିରୁ ୨ଟି ଶାବକ ଏକ ମାସ ମଧ୍ୟରେ ମୃତ୍ୟୁ ହୋଇଥିଲା । କିନ୍ତୁ ତୃତୀୟ ଶାବକ ହିମାଂଶୀକୁ ପ୍ରାଣୀ ଅଦଳବଦଳ କ୍ରମେ ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିର ଚକଲାସ୍ଥିତ ଭଗବାନ ବିର୍ସା ପ୍ରାଣୀ ଉଦ୍ୟାନକୁ ଚଳିତ ବର୍ଷ ଜୁଲାଇ ୯ ତାରିଖରେ ପଠାଯାଇଥିଲା ।
ରୁପା ଦ୍ବିତୀୟ ଥର ପାଇଁ ରାଜେଶ ସହିତ ମିଳନରୁ ଗତ ବର୍ଷ ଜାନୁଆରି ୬ତାରିଖରେ ମା’ ହୋଇଥିଲା । ଗତ ବର୍ଷ ସେ ଦୁଇଟି ଶାବକ (ଅମ୍ରିତା ଓ ଶିବା)ଙ୍କୁ ଜନ୍ମ ଦେଇଥିଲା । ବର୍ତ୍ତମାନ ଏହି ଦୁଇ ଶାବକ ନନ୍ଦନକାନନରେ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛନ୍ତି । ଅନ୍ୟପଟେ ୨୦୨୩ ଜାନୁଆରୀ ମାସରେ ୨ଟି ଶାବକଙ୍କୁ ଜନ୍ମ ଦେଇଥିଲା ରୂପା। ବାଘ ରାଜେଶ ସହିତ ମିଳନରୁ ବାଘୁଣୀ ରୂପା ଏହି ଦୁଇ ଶାବକଙ୍କୁ ଜନ୍ମ ଦେଇଥିଲେ। ସେମାନଙ୍କ ନାଁ ଅମୃତା ଓ ଶିବା। ସେମାନେ ଏବେ ନନ୍ଦନକାନନରେ ଅଛନ୍ତି। ଆଉ ଆଜି ରୂପା ୪ଟି ଶାବକଙ୍କୁ ଜନ୍ମ ଦେଇଥିବା ବେଳେ ସମସ୍ତେ ସୁସ୍ଥ ଅଛନ୍ତି। ରୂପା ଓ କଳା ବାଘ କୃଷ୍ଣର ମିଳନରୁ ଏହି ୪ ଶାବକ ଜନ୍ମ ହୋଇଛନ୍ତି ।