ସରକାରୀ ଖୁଚୁରା ବଣ୍ଟନରେ ଅନିୟମିତତା ଓ ଦୁର୍ବ୍ୟବହାର; ତାତିଲେ ରାସନକାର୍ଡ ହିତାଧିକାରୀ
କଟକ: ସରକାରୀ ଖୁଚୁରା ବଣ୍ଟନରେ ଅନିୟମିତତା ଓ ଦୁର୍ବ୍ୟବହାର ପାଇଁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଲେ ନିଆଳି ଅଲଣା ଗ୍ରାମପଞ୍ଚାୟତ ରାସନକାର୍ଡ ହିତାଧିକାରୀ l ଏହି ଗ୍ରାମପଞ୍ଚାୟତର ସରକାରୀ ଖାଉଟି ସାମଗ୍ରୀ ବଣ୍ଟନ କରିବା ପାଇଁ ଦାୟିତ୍ବରେ ଥିବା ସ୍ଵୟଂ ସହାୟିକl ଗୋଷ୍ଠୀ ମା କ୍ଷେତ୍ରପାଲ WSHG ସମ୍ପାଦକ ଆରତୀ ଭୂୟାଁ ଅନେକ ବର୍ଷ ଧରି ରାସନ ସାମଗ୍ରି ବାଣ୍ଟିବାରେ ଅବ୍ୟବସ୍ଥା କରୁଛନ୍ତି l
ସେହିପରି ସମସ୍ତ ହିତାଧିକାରୀ କାର୍ଡର ପ୍ରତି ମାସରେ 4 ରୁ 5 କେଜି ଚାଉଳ କାଟିବା ସହିତ କେଉଁ ମାସରେ ରାସନ ସାମଗ୍ରି ଦିଅନ୍ତି ତ ଆଉ କେଉଁ ମାସରେ ଦିଅନ୍ତି ନାହିଁ l ସବୁବେଳେ ହିତାଧିକାରୀମାନଙ୍କୁ ଦୁର୍ବ୍ୟବହାର କରିବା ତଥା ମୋର କେହି କିଛି କରିପାରିବେ ନାହିଁ ବୋଲି ଧମକ ଦେଉଛନ୍ତି l ତେଣୁ ଆମ୍ଭେ ମାନେ ଏକ ଲିଖିତ ଆକାରରେ କଟକ ଜିଲ୍ଲାପାଳ ତଥା ସିଏସଙ୍କୁ ଗତ 4 ତାରିଖରେ ଜଣାଇଥିଲୁ l ଏଣୁ ଆମର ଦାବି ହେଉଛି ଆରତୀ ଭୂୟାଁଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ l ତତ୍ ସହିତ ସରକାରୀ ସାମଗ୍ରି ବଣ୍ଟନ ପାଇଁ ନୂତନ ସ୍ଵୟଂ ସହାୟକ ଗୋଷ୍ଠୀକୁ ସରକାରୀ ଲାଇସେନ୍ସ ଦିଆଯାଉ l