ଓଡ଼ିଶାରାଜନୀତି

‘ଉତ୍କଳ କେଶରୀ ହରେକୃଷ୍ଣ ମହତାବ’ଙ୍କ ୧୨୫ ତମ ଜନ୍ମ ବାର୍ଷିକୀ ପାଳନ ପାଇଁ କଣ କହିଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ

ଭୁବନେଶ୍ୱର: ‘ଉତ୍କଳ କେଶରୀ ହରେକୃଷ୍ଣ ମହତାବ’ଙ୍କୁ ମିଳିବ ବଡ଼ ସମ୍ମାନ l ମହତାବଙ୍କ ୧୨୫ ତମ ଜନ୍ମ ବାର୍ଷିକୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମଝି କହିଛନ୍ତି l ଆଜି ଅର୍ଥାତ ମଙ୍ଗବାର ଦିନ କେନ୍ଦ୍ର ସରକାର ‘ଉତ୍କଳ କେଶରୀ ହରେକୃଷ୍ଣ ମହତାବ’ଙ୍କର ୧୨୫ ତମ ଜନ୍ମ ବାର୍ଷିକୀକୁ ଜାତୀୟ ଉତ୍ସବ ଭାବରେ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏନେଇ ଆଜି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ଏହାକୁ ଓଡ଼ିଆ ଅସ୍ମିତା ତଥା ମହାନ ଜନନୟକଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ବୋଲି ନିଜର ଏକ୍ସ ହ୍ୟାଣ୍ଡେଲରେ ଉଲ୍ଲେଖ କରିଛନ୍ତି ।

ଏହାସହ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖୱାତଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି । ଅନ୍ୟପକ୍ଷରେ ପୂର୍ବରୁ ନିଷ୍ପତ୍ତି ହୋଇଥିବା ଓଡିଶା ସରକାର ବର୍ଷସାରା ଜନ୍ମ ବାର୍ଷିକୀ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଡକ୍ଟର ହରେକୃଷ୍ଣ ମହତାବଙ୍କ ୧୨୫ ତମ ଜନ୍ମ ବାର୍ଷିକୀ ପାଳନ କରିବାକୁ ନଭେମ୍ବର ୨୧ ରୁ ୨୩ ପର୍ଯ୍ୟନ୍ତ ଭୁବନେଶ୍ୱରରେ ତିନି ଦିନିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ତାଙ୍କ ସମ୍ମାନ ପାଇଁ ବର୍ଷସାରା ଅତିରିକ୍ତ କାର୍ଯ୍ୟକ୍ରମ ଯୋଜନା କରାଯିବ ।

ସୂଚନାଯୋଗ୍ୟ, ରାଜ୍ୟ ଗେଷ୍ଟ ହାଉସରେ ଓଡିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗ ଦ୍ୱାରା ଗଠିତ ଏକ ଉଚ୍ଚ ସ୍ତରୀୟ କମିଟି ଦ୍ୱାରା ରବିବାର ଅନୁଷ୍ଠିତ ଏକ ବୈଠକ ପରେ ଏହି ନିଷ୍ପତ୍ତି ଘୋଷଣା କରାଯାଇଛି । ମହତାବଙ୍କ ଉପରେ ବାୟୋପିକ୍ ପ୍ରସ୍ତୁତ କରିବାକୁ ଏକ ପ୍ରସ୍ତାବ ମଧ୍ୟ ଦିଆଯାଇଥିଲା ଯାହା ସ୍କୁଲ ଏବଂ କଲେଜରେ ପ୍ରଦର୍ଶିତ ହେବ । ସେହିପରି ଏହି ବୈଠକରେ ଭଦ୍ରକ ଜିଲାର ଅଗରପଡାସ୍ଥିତ ମହତାବଙ୍କ ଜନ୍ମସ୍ଥାନରେ ଏକ ସ୍ମାରକ ସଂଗ୍ରହାଳୟ ପ୍ରତିଷ୍ଠା କରାଯିବ ଯେଉଁଠାରେ ତାଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରାଯିବ ଏବଂ ଏହି ସ୍ଥାନଟି ପର୍ଯ୍ୟଟନସ୍ଥଳୀ ଭାବରେ ବିକଶିତ ହେବ ବୋଲି ପ୍ରକାଶ ପାଇଛି । ନଭେମ୍ବର ୨୩ ରୁ ୨୫ପର୍ଯ୍ୟନ୍ତ ଭୁବନେଶ୍ୱରରେ ଡକ୍ଟର ମହାତ୍ମାଙ୍କ ସଫଳତାକୁ ଦର୍ଶାଇ ଏକ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।

Related Articles

Back to top button
WP Twitter Auto Publish Powered By : XYZScripts.com