ଆଇସିସି ଟେଷ୍ଟ ରାଙ୍କିଙ୍ଗ: ନ୍ୟୁଜିଲ୍ୟାଣ୍ଡ ବିପର୍ଯ୍ୟୟ ପରେ ଶ୍ରେଷ୍ଠ ୨୦ରୁ ଖସିଲେ କୋହଲି
ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଖରାପ ଫର୍ମ ଦଳ ପାଇଁ ବୁମେରାଂ ସାବ୍ୟସ୍ତ ହୋଇଥିଲା । ଏନେଇ ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଶୀର୍ଷ ୨୦ରୁ ବାଦ ପଡିଛନ୍ତି । କୋହଲି ୮ଟି ସ୍ଥାନ ତଳକୁ ଖସି ୨୨ ନମ୍ବର ସ୍ଥାନରେ ରହିଛନ୍ତି ।
ଅପରପକ୍ଷରେ ରିଷଭ ପନ୍ତ ୫ଟି ସ୍ଥାନ ଉନ୍ନୀତ ହୋଇ ଷଷ୍ଠ ସ୍ଥାନ ହାସଲ କରିଛନ୍ତି । ଶୁଭମନ ଗିଲ ୧୬ତମ ସ୍ଥାନରେ ରହିଛନ୍ତି । ଭାରତୀୟ ବୋଲରଙ୍କ ମଧ୍ୟରେ ଯଶପ୍ରୀତ ବୁମରାହ ୨ୟ ସ୍ଥାନରେ ରହିଥିବା ବେଳେ ରବିଚନ୍ଦ୍ରନ ଅଶ୍ୱୀନ ଗୋଟିଏ ସ୍ଥାନ ତଳକୁ ଖସି ୫ମ ସ୍ଥାନରେ ରହିଛନ୍ତି । ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଜୋ ରୁଟ ପୂର୍ବ ଭଳି ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । କେନ ୱିଲିୟମସନ, ହ୍ୟାରୀ ବ୍ରୁକ, ଯଶସ୍ୱୀ ଜୈସୱାଲ ଓ ଷ୍ଟିଭ ସ୍ମିଥ ୨ୟରୁ ୫ମ ସ୍ଥାନରେ ରହିଛନ୍ତି । ବୋଲରଙ୍କ ମଧ୍ୟରେ କାଗିସୋ ରାବାଡା ପ୍ରଥମ ସ୍ଥାନରେ ରହିଛନ୍ତି ।
ବୁମରାହ ୨ୟ ଏବଂ ଜୋଶ ହାଜେଲଉଡ ତୃତୀୟ ସ୍ଥାନ ହାସଲ କରିଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ପନ୍ତ ଓ ଗିଲ ଭଲ ପ୍ରଦର୍ଶନ କରିଥିବାରୁ ସେମାନଙ୍କ ରାଙ୍କିଙ୍ଗରେ ସୁଧାର ହୋଇଛି । ଟିମ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ୨ଟି ସ୍ଥାନ ତଳକୁ ଖସି ୨୬ତମ ସ୍ଥାନରେ ରହିଛନ୍ତି । ଅନ୍ୟପଟେ ଶ୍ରୀକାନ୍ତ କହିଛନ୍ତି, କୋହଲି ଅଷ୍ଟ୍ରେଲିଆରେ ଭଲ ପ୍ରତ୍ୟାବର୍ତ୍ତନ କରିବେ । ଅଷ୍ଟ୍ରେଲିଆରେ ସେ ରନ ସ୍କୋର କରିବାକୁ ପସନ୍ଦ କରନ୍ତି, ଏହା ମଧ୍ୟ ତାଙ୍କର ଶକ୍ତି । କୋହଲି ବର୍ତ୍ତମାନ କ୍ରିକେଟ ଛାଡିବା କଥା କହିବା ଭାବିବା ଉଚିତ୍ ନୁହେଁ ।
ବର୍ତ୍ତମାନ ବ୍ୟାଟିଂ ରାଙ୍କିଙ୍ଗର ୧ନଂ ସ୍ଥାନରେ ଇଂଲଣ୍ଡର ଜୋ ରୁଟ ରହିଛନ୍ତି । ସେ ପାକିସ୍ତାନ ବିପକ୍ଷରେ ଡବଲ ଟନ ହାସଲ କରିଥିଲେ। ରୁଟଙ୍କ ପଛକୁ କେନ ୱିଲିୟମସନ, ହ୍ୟାରୀ ବ୍ରୁକ, ଯଶସ୍ୱୀ ଜୈସୱାଲ ଓ ଷ୍ଟିଭ ସ୍ମିଥ ରହିଛନ୍ତି । ଟପ୍ ୧୦ରେ ପନ୍ତ ଓ ଜୈସୱାଲ ଦୁଇ ଭାରତୀୟ ଭାବେ ରହିଛନ୍ତି। ଶୁବମନ ଗିଲ୍ ରାଙ୍କିଙ୍ଗର ୧୬ତମ ସ୍ଥାନରେ ରହିଛନ୍ତି। ଏହି ୩ ଜଣଙ୍କୁ ଛାଡ଼ି ଦେଲେ ବ୍ୟାଟିଂ ରାଙ୍କିଙ୍ଗର ଟପ୍ ୨୦ରେ କୌଣସି ଭାରତୀୟ ଖେଳାଳି ରହିବାକୁ ସକ୍ଷମ ହୋଇନାହାନ୍ତି ।