Uncategorized

୪୦ କିଲୋମିଟରରୁ ଅଧିକ ବେଗରେ ମୋ ବସ୍‌ ଗଡ଼ିଲେ ବାଜିବ ସାଇରନ: ପରିବହନ ମନ୍ତ୍ରୀ

ଭୁବନେଶ୍ୱର: ଏଥର ୪୦ କିଲୋମିଟରରୁ ଅଧିକ ବେଗରେ ଗଡ଼ିବନି ମୋ ବସ୍‌ । ରାଜ୍ୟର ବିଭିନ୍ନ ସ୍ଥାନରେ ମୋ ବସ୍‌ ଦୁର୍ଘଟଣା ଘଟାଇବା ନେଇ ଜନଅସନ୍ତୋଷ ବଢ଼ିବାରୁ ରାଜ୍ୟ ସରକାର ହୋଇଛନ୍ତି ସଜାଗ । ବିଶେଷକରି ଭୁବନେଶ୍ଵର ଚନ୍ଦ୍ରଶେଖରପୁରଠାରେ ନିକଟରେ ଏକ ମୋ ବସ ଦୁର୍ଘଟଣାରେ ଯୁବତୀଙ୍କ ହାତ କଟିବା ଘଟଣା ପରେ ସରକାର ଏହି ପଦକ୍ଷେପ ନେଇଛନ୍ତି । ବସ୍ଗୁଡ଼ିକର ବେଗ ନିୟନ୍ତ୍ରଣ ଲାଗି ସେଥିରେ ସ୍ପିଡ୍‌ ଗଭର୍ଣ୍ଣର ଲଗାଯିବ ବୋଲି ରାଜ୍ୟ ଯୋଗାଣ ଓ ପରିବହନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି ।

ସୂଚନା‌ ମୁତାବକ, ନିୟନ୍ତ୍ରଣରେ ନରହି ମୋ ବସ୍‌ ଚଳାଚଳ କରୁଥିବାରୁ ବିଗତ ଦିନରେ ଅନେକ ସ୍ଥାନରେ ମୋ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। କିଛି ଲଗାମ ବିନୀନ ଚାଳକଙ୍କ ଯୋଗୁଁ ସାଧାରଣ ଜନତାଙ୍କର କ୍ଷତି ହୋଇଛି। ଗତ ୨ ତାରିଖ ଦିନ ମୋ ବସ୍‌ ଜଣେ ଯୁବତୀଙ୍କୁ ଧକ୍କା ଦେଇଥିଲା। ରାଜଧାନୀ ଭୁବନେଶ୍ବରରେ ଘଟିଥିବା ଏହି ଘଟଣା ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତେଜିତ ଲୋକେ ୧୫ଟି ମୋ ବସକୁ ଅଟକ ରଖିଥିଲେ। ପଳରେ ନନ୍ଦନକାନନ-ଜୟଦେବ ବିହାର ରାସ୍ତାରେ ସାଢେ ୩ ଘଣ୍ଟା ମୋ ବସ୍ ଚଳାଚଳ ବନ୍ଦ ରହିଥିଲା ।

ସୂଚନା ଅନୁସାରେ, ସ୍ପିଡ୍‌ ଗଭର୍ଣ୍ଣର ଲଗାଯିବା ପରେ ଘଣ୍ଟାପ୍ରତି ୪୦ କିଲୋମିଟରରୁ ଅଧିକ ବେଗରେ ଗଲେ ବସରେ ସାଇରନ ବାଜିବ। ଏନେଇ ଅପରେଟରଙ୍କ ନିକଟକୁ ସୂଚନା ଯିବ। ଡ୍ରାଇଭର ବେପରୁଆ ଗାଡ଼ି ଚାଳନା କଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ଏହା ସହିତ ଡ୍ରାଇଭର ଗାଡ଼ିକୁ ଉଠିବା ପୂର୍ବରୁ ମଦ୍ୟପାନ କରିଛନ୍ତି କି ନାହିଁ ତାହା ପରୀକ୍ଷା କରାଯିବ । ସରକାରଙ୍କ ଏହି ନିୟମ ଅମାନିଆ ଡ୍ରାଇଭରଙ୍କୁ ସାବାଡ଼ କରିବ ବୋଲି କୁହାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com