ଅନ୍ତର୍ଜାତୀୟଜାତୀୟରାଜନୀତି

ଆମେରିକା ରାଷ୍ଟ୍ରପତି ନିର୍ବାଚନ ଆସିଲା ଫଳାଫଳ; ଜିତିଲେ ଟ୍ରମ୍ପ, ହାରିଲେ କମଳା

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଆସିଲା ଫଳାଫଳ । ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବାଜି ମାରିଲେ ଡୋନାଲ୍ଡ ଟ୍ରମ୍ପ । କମଳା ହ୍ୟାରିସଙ୍କୁ ହରାଇଲେ ଡୋନାଲ୍ଡ ଟ୍ରମ୍ପ । ୫୧ଭୋଟ ଅଧିକା ପାଇ ଜିତିଲେ ଟ୍ରମ୍ପ । ୪୭ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ନିର୍ବାଚନରେ ଜିତିଛନ୍ତି ରିପବ୍ଲିକାନ ପ୍ରାର୍ଥୀ ଟ୍ରମ୍ପ । ଡେମୋକ୍ରାଟିକ ପ୍ରାର୍ଥୀ କମଳା ହାରିସକୁ ହରାଇ ଡୋନାଲ୍ଡ ଟ୍ରମ୍ପ ଦ୍ୱିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ।

୪ ବର୍ଷ ପରେ ଟ୍ରମ୍ପ ପୁଣି ରାଷ୍ଟ୍ରପତି ହୋଇଛନ୍ତି । ଟ୍ରମ୍ପଙ୍କୁ ୭୭ଟି ଭୋଟ ମିଳିଥିବାବେଳେ କମଳା ହ୍ୟାରିସଙ୍କୁ ମାତ୍ର ୨୨୬ଟି ଭୋଟ ମିଳିଛି । ଜିତିବା ପରେ ଟ୍ରମ୍ପ ବିଜୟ ଭାଷଣ ରଖିଛନ୍ତି । ଆମେରିକାବାସୀଙ୍କୁ ଥ୍ୟାଙ୍କ ୟୁ କହିଛନ୍ତି ଟ୍ରମ୍ପ । ଆମେରିକାବାସୀ ମୋତେ ବିଶ୍ୱାସକୁ ନେଇଥିବାରୁ ଧନ୍ୟବାଦ ବୋଲି ଟ୍ରମ୍ପ କହିଛନ୍ତି । ଜବରଦସ୍ତ ବିଜୟ ଦେଇଥିବାରୁ ଆମେରିକାବାସୀଙ୍କ ନିକଟରେ କୃତଜ୍ଞ । ପତ୍ନୀ ମେଲାନିଆ ଓ ପରିବାରବାସୀଙ୍କୁ ମଧ୍ୟ ଟ୍ରମ୍ପ ଧନ୍ୟବାଦ ଜଣାଇଛନ୍ତି ।

ଟ୍ରମ୍ପ ତାଙ୍କ ସମ୍ବୋଧନରେ କହିଛନ୍ତି ଏହା ଐତିହାସିକ ବିଜୟ । ଏହାର ପୁରା ଶ୍ରେୟ ଦେଶବାସୀଙ୍କୁ ଯାଉଛି ବୋଲି କହିଛନ୍ତି ଟ୍ରମ୍ପ । ଭୋଟରଙ୍କୁ ଧନ୍ୟବାଦ ଜଣାଇଲେ ଟ୍ରମ୍ପ । ଟ୍ରମ୍ପ ତାଙ୍କ ସମ୍ବୋଧନରେ କହିଛନ୍ତି ମୋର ସବୁ୍ କିଛି ଆମେରିକାବସୀଙ୍କ ନିକଟରେ ସମର୍ପିତ। ଆମେରିକାର ଭବିଷ୍ୟତ ପାଇଁ କାମ କରିବି । ମହାନ ରଷ୍ଟ୍ରରେ ପରିଣତ କରିବା ପାଇଁ ମୋର ଲକ୍ଷ । ଭାଷଣ ବେଳେ ଏଲନ ମସ୍କଙ୍କ ନାମ ନେଇ କହିଲେ ମୋ କ୍ୟାମ୍ପେନରେ ଏଲନ୍ ମସ୍କଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ତେବେ ଟ୍ରମ୍ପ ହେବେ ଦ୍ୱିତୀୟ ଥର ଆମେରିକାର ରାଷ୍ଟ୍ରପତି । ମ୍ୟାଜିକ ନମ୍ବର ୨୭୦ ଥିବା ବେଳେ ଏହାକୁ ପାର୍‌ କରି ଦେଇଛନ୍ତି ଟ୍ରମ୍ପ। କମଲା ହାରିସ ୨୨୬ଟି ଭୋଟ୍‌ ମିଳିଥିବା ବଳେ ଡୋନାଲ୍ଡ ଟ୍ରମ୍ପ ୨୭୭ଟି ଭୋଟ୍‌ ହାସଲ କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com