କାଲି ପବିତ୍ର ଅଁଳା ନବମୀ, ଏଥିସହ ଚଳିତ ଥର କେତେ ଦିନ ପଡୁଛି ପଞ୍ଚୁକ,ଜାଣନ୍ତୁ
ଭୁବନେଶ୍ୱର: ରାତି ପାହିଲେ ପାଳନ ହେବ ପବିତ୍ର ଅଁଳା ନବମୀ । ଏଥିପାଇଁ ପୁରୀ ସ୍ଥିତ ସାକ୍ଷୀ ଗୋପାଳ ମନ୍ଦିରର ସାଜସଜା ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି ପହଞ୍ଚିଛି । ସାକ୍ଷୀଗୋପୀନାଥ ମନ୍ଦିରର ରଙ୍ଗ କାମ ଶେଷ ହୋଇଥିବା ବେଳେ ମନ୍ଦିର ଆଖପାଖକୁ ସାଜସଜା କରାଯାଇଛି । ଅଁଳା ନବମୀରେ ରାଧାପାଦ ଦର୍ଶନ ପାଇଁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବ । କାଲି ଅର୍ଥାତ ରବିବାର ଦିନ ଓଡ଼ିଆଣୀ ବେଶରେ ଦର୍ଶନ ଦେବେ ମାଆ ରାଧାରାଣୀ । ଏଥିସହ ନଟବର ବେଶରେ ଦର୍ଶନ ଦେବେ ପ୍ରଭୁ ସାକ୍ଷୀଗୋପିନାଥ ।
ସେହିପରି ଅନ୍ୟପଟେ ନଭେମ୍ବର ୧୨ରୁ ଓଡିଶାରେ ଆରମ୍ଭ ହେବାକୁ ଥିବା ପଞ୍ଚୁକ ରୀତିନୀତି ଚଳିତ ବର୍ଷ ଚାରି ଦିନ ପାଳନ କରାଯିବ । ପଞ୍ଚୁକ ପୂର୍ବରୁ ପୁରୀ ସହରରେ ବ୍ୟାପକ ବ୍ୟବସ୍ଥା କରାଯାଉଛି । କାରଣ ଚଳିତ ଥର ପଞ୍ଚୁକ ରୀତିନୀତି ପାଳନ ପାଇଁ ବହୁ ସଂଖ୍ୟାରେ ଭକ୍ତ ଜଗନ୍ନାଥ ମନ୍ଦିର ଦର୍ଶନ କରିବେ ବୋଲି ଆଶା କରାଯାଉଛି ।
ବିରାଟ ଜନସମାଗମକୁ ନଜରରେ ରଖି ଭକ୍ତଙ୍କ ସୁବିଧା ପାଇଁ ପୋଲିସ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି । ସୁରକ୍ଷା ତଥା ସୁଗମ ଯାତାୟାତକୁ ନଜର ରଖି ମରିଚିକୋଟ ରାସ୍ତା ନିକଟରେ ଏକ ବ୍ୟାରିକେଡ୍ ନିର୍ମାଣ କରାଯାଇଛି । ଯାହାଫଳରେ ଭକ୍ତମାନେ ଶାନ୍ତିଶୃଙ୍ଖଳା ସହ ଶ୍ରୀଜୀଉଙ୍କୁ ଦର୍ଶନ କରିପାରିବେ ।