ଓଡ଼ିଶା

ସେବିକାଙ୍କ ଡ୍ରେସ କୋଡ୍‌ ବଦଳାଇଲେ ରାଜ୍ୟ ସରକାର, କାହିଁକି ଜାଣନ୍ତୁ

ଭୁବନେଶ୍ୱର: ବଦଳିଲା ଓଡ଼ିଶା ସେବିକାଙ୍କ ଡ୍ରେସ କୋଡ୍‌। ଏଣିକି ନୂତନ ପୋଷାକରେ ରହିବ ସମ୍ବଲପୁରୀ ଛିଟ । ଏହି ନିଷ୍ପତ୍ତି ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ସହିତ ଆଲୋଚନା ପରେ ରାଜ୍ୟ ସରକାର ନେଇଛନ୍ତି । ଷ୍ପତ୍ତି ଅନୁଯାୟୀ, ବରିଷ୍ଠ ନର୍ସିଂ ଅଧିକାରୀ ଈଷତ୍‌ ବାଇଗଣୀ ରଙ୍ଗର ପୋଷାକ ପିନ୍ଧିବେ । ସେହିପରି ଆସିଷ୍ଟାଣ୍ଟ ନର୍ସିଂ ସୁପରିଣ୍ଟେଣ୍ଡେଣ୍ଟଙ୍କ ପାଇଁ କେୟନ ବ୍ଲୁ ରଙ୍ଗର ପୋଷାକ ହେବ। ଏହାବ୍ୟତୀତ ଡେପୁଟି ନର୍ସିଂ ସୁପରିଣ୍ଟେଣ୍ଡେଣ୍ଟ ଓ ନର୍ସିଂ ସୁପରିଣ୍ଟେଣ୍ଡେଣ୍ଟଙ୍କ ପାଇଁ ଧଳା ରଙ୍ଗର ପୋଷାକ କରାଯିବ । ଜେନେରାଲ ଓ୍ବାର୍ଡରେ କାର୍ଯ୍ୟରତ ନର୍ସ ଧଳା ରଙ୍ଗର ଆପ୍ରନ ପିନ୍ଧିବେ ବୋଲି ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ସେହିପରି ରାଜ୍ୟ ନସିଂ ମହାସଂଘର ସଂପାଦକ ଅଶ୍ୱିନୀ କୁମାର ଦାସ କହିଛନ୍ତି, ଡ୍ରେସ କୋଡ୍ ପରିବର୍ତ୍ତନ କରିଥିବାରୁ ଆମେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଉଛୁ ଓ ସରକାରଙ୍କର ଏହି ନିଷ୍ପତ୍ତିକୁ ସ୍ୱାଗତ କରୁଛୁ। ଆମେ ଯେଉଁ ୧୦ ଦଫା ଦାବି ସରକାରଙ୍କ ନିକଟରେ ରଖିଥିଲୁ, ଏହା ମଧ୍ୟ ଏକ ପ୍ରମୁଖ ଦାବି ଥିଲା। ସରକାର ଆଜି ଏହାକୁ ପୂରଣ କରିଛନ୍ତି। ଓଡ଼ିଶାରେ ୧୫ରୁ ହଜାରରୁ ଅଧିକ କର୍ମଚାରୀ ଉପକୃତ ହେବେ। ସରକାର ଆମର ଏହି ଦାବି ପୂରଣ କରିଥିବା ବେଳେ ଅନ୍ୟ ନାର୍ଯ୍ୟ ଦାବି ଗୁଡ଼ିକ ମଧ୍ୟ ପୂରଣ କରିବେ ବୋଲି ଆମେ ଭାବୁଛୁ। ସରକାର ଆମ ସହ ଆଲୋଚନା କରିବା ପରେ ଏହି ଡ୍ରେସ କୋଡ୍‌ କରିଛନ୍ତି । ଡ୍ରେସ କୋଡ୍‌ ବଦଳାଇଲେ ରାଜ୍ୟ ସରକାର ।

Related Articles

Back to top button
WP Twitter Auto Publish Powered By : XYZScripts.com