Featuredଓଡ଼ିଶାରାଜନୀତି

ନବୀନ ସରକାରଙ୍କ ୨୧ଟି ଯୋଜନାର ନାଁ ବଦଳାଇଛନ୍ତି ମୋହନ ସରକାର, ଗୃହରେ ଲିଖିତ ଉତ୍ତରରେ ରଖିଲେ ତଥ୍ୟ

ଭୁବନେଶ୍ୱର: ନବୀନ ସରକାରଙ୍କ ଠୁ ଆରମ୍ଭ କରି ମୋହନ ସରକାରଙ୍କ ଭିତରେ ଅନେକ ଯୋଜନା ସାମ୍ନାକୁ ଆସିଛି । ଶାସନ ଭିତରେ ଅନେକ ଯୋଜନାର ନାମ ମଧ୍ୟ ପରିବର୍ତ୍ତନ କରିଛନ୍ତି ମୋହନ ସରକାର । ତେବେ ନବୀନ ସରକାରଙ୍କ କେତୋଟି ଯୋଜନାର ନାମ ବଦଳିଛନ୍ତି ଲୋକଙ୍କ ସରକାର ତାକୁ ନେଇ ଗୃହରେ ଉଠିଥିଲା ପ୍ରଶ୍ନ । ପ୍ରଶ୍ନ ଆଣିଥିଲେ ବିଜେଡି ବିଧାୟକ ତୁଷାରକାନ୍ତି ବେହେରା । ଯାହାର ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ପ୍ରଶ୍ନ ଥିଲା ଯେ, ୨୦୨୪ ମାର୍ଚ୍ଚ ୩୧ ସୁଦ୍ଧା ରାଜ୍ୟରେ ରାଜ୍ୟ ଯୋଜନା, କେନ୍ଦ୍ର ଯୋଜନା କେତେ ପ୍ରତିଶତ ଅନୁଦାନରେ କେତେ ଯୋଜନା କାର୍ୟ୍ୟକାରୀ ହେଉଥିଲା? ଏଥିସହ କେଉଁ କେଉଁ ପୁରୁଣା ଯୋଜନା ନାମ ପରିବର୍ତ୍ତନ କରି ସରକାର ଏହାର ପୁନଃ ନାମକରଣ କରାଯାଇଛି । ଲିଖିତ ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏପର୍ୟ୍ୟନ୍ତ ମୋଟ ୨୧ଟି ଯୋଜନାର ନାମ ପରିବର୍ତ୍ତନ କରିଛି ମୋହନ ସରକାର ।

ତେବେ ପୂର୍ବ ସରକାର କାଳିଆ ଯୋଜନା ଏବେ ସିଏମ୍ କିଷାନରେ ପରିବର୍ତ୍ତିତ ହେଇଥିବାବେଳେ ଓଡ଼ିଶା ମିଲେଟ୍ ମିଶନ ଏବଂ ଶ୍ରୀ ଅନ୍ନ ଯୋଜନାରେ ନାମିତ ହେଇଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ତା ସହ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା, ବିଜୁ ପକ୍କା ଘର ବର୍ତ୍ତମାନ ଅନ୍ତର୍ଦୋୟ ଗୃହ ଯୋଜନାରେ ପରିବର୍ତ୍ତିତ ହେଇଛି ବୋଲି ମୋହନ ମାଝୀ ସୂଚନା ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com