Featuredଓଡ଼ିଶା

ଆଗ ଜୀବନ, ପରେ ପ୍ରୋଟୋକଲ୍

ଭୁବନେଶ୍ୱର: ଆଗ ଜୀବନ, ପରେ ପ୍ରୋଟୋକଲ୍ । ଅସମ୍ଭାଳ ଭିଡ଼ ଭିତରେ ବାହାରିଲା ଆମ୍ବୁଲାନ୍ସ । ଆମ୍ବୁଲାନ୍ସ ପାଇଁ ବାଟ କଢାଇଲେ ମୋଦି । ଏମିତି କିଛି ଘଟଣା ଘଟିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା କାର୍ଯ୍ୟକ୍ରମ ସମୟରେ ।

ଭିଡ ଭିତରେ ଫସିଥିଲା ଆମ୍ବୁଲାନ୍ସ। ମାତ୍ର କିଛି ମିନିଟରେ ପହଞ୍ଚିଲା ପୋଲିସ, ଆଉ ଆମ୍ବୁଲାନ୍ସକୁ ଭିଡରୁ ବାହାର କଲା। ଏଭଳି ଖବର ଆସିଛି ଆଜି ରାଜଭବନ ସାମ୍ନାରୁ। ଡିଜି ଆଇଜି ସମ୍ମିଳନୀରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରସ୍ତୁତ ହେଉଥାନ୍ତି। କାରକେଡ ବି ପ୍ରସ୍ତୁତ ହୋଇସାରିଥିଲା। ରାସ୍ତାରେ ବ୍ୟାରିକେଡ ଦେଇ ସାଧାରଣ ଲୋକଙ୍କ ଯାତାୟତକୁ କିଛି ସମୟ ପାଇଁ ବନ୍ଦ କରାଯାଇଥିଲା। ହଠାତ ଜୟଦେବ ବିହାର ଆଡୁ କ୍ୟାପିଟାଲ ହସ୍ପିଟାଲକୁ ଆସୁଥିଲା ୧୦୮ ଆମ୍ବୁଲାନ୍ସ। ଭିଡ ଭିତରେ କିଛି ସେକେଣ୍ଡ ପାଇଁ ଆମ୍ବୁଲାନ୍ସ ଅଟକିଥିଲା, କିନ୍ତୁ ସଙ୍ଗେ ସଙ୍ଗେ ପୋଲିସ ପହଞ୍ଚି ଆମ୍ବୁଲାନ୍ସକୁ ଭିଡରୁ ବାହାର କରିଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com