Featuredଜାତୀୟରାଜନୀତି

ରାଗିଗଲେ କି ସିନ୍ଦେ?

ମହାରାଷ୍ଟ୍ର: ରାଗିଗଲେ କି ସିନ୍ଦେ? ସତରେ ଅସୁସ୍ଥ ନା ରୁସିଛନ୍ତି ଶିବସେନା ଅଧ୍ୟକ୍ଷ? କାହିଁକି ଗାଁ ମୁହାଁ ହେଲେ ମହାୟୁତିର ମହା ନେତା? ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ କିଏ ହେବ? ମହାରାଷ୍ଟ୍ର ନିର୍ବାଚନ ଫଳାଫଳ ଘୋଷଣା ହେବାର ଏକ ସପ୍ତାହ ପରେ ବି ମୁଖ୍ୟମନ୍ତ୍ରୀ ପଦକୁ ନେଇ ଲାଗି ରହିଛି ବିବାଦ। ଏହାରି ଭିତରେ ନିଜ ଗାଁକୁ ଚାଲି ଯାଇଛନ୍ତି ଏକନାଥ ସିନ୍ଦେ। ତେବେ ଅସନ୍ତୁଷ୍ଟ ହୋଇ ସତାରା ଜିଲ୍ଲାରେ ଥିବା ନିଜ ପୈତୃକ ଗାଁକୁ ଚାଲିଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗକୁ ଏବେ ଶିବସେନା ଖଣ୍ଡନ କରିଛି।

ଏକନାଥ ସିନ୍ଦେ ଅସୁସ୍ଥ ଅଛନ୍ତି। ତାଙ୍କୁ ଜ୍ୱର ଓ ଥଣ୍ଡା ହୋଇଛି। ଏହି କାରଣରୁ ସେ ନିଜ ପୈତୃକ ଗାଁକୁ ଯାଇଛନ୍ତି। ପୋର୍ଟଫୋଲିଓ ଆବଣ୍ଟନ ଏବଂ ମୁଖ୍ୟମନ୍ତ୍ରୀ ପଦବୀ ଉପରେ ଆଲୋଚନା କରି ଦିଲ୍ଲୀରୁ ଫେରିବା ପରେ ସିନ୍ଦେ ନିଜ ସହର ସତାରାକୁ ଯାତ୍ରା କରିଛନ୍ତି। ଦିଲ୍ଲୀରେ ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଦେଖା କରି କଥା ହୋଇଥିଲେ। ସେ ଅସନ୍ତୁଷ୍ଟ ହୋଇ ଚାଲି ଯାଇଛନ୍ତି ବୋଲି କହିବା ଭୁଲ୍‌ ହେବ ବୋଲି ଦଳ କହିଛି।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏକନାଥ ସିନ୍ଦେ ଏକ ବଡ଼ ନିଷ୍ପତ୍ତି ନେବେ। ତେବେ ମହାରାଷ୍ଟ୍ର ରାଜନୀତିରେ ତାଙ୍କର ଆଗ୍ରହ ଥିବାରୁ ଶିବସେନା ମୁଖ୍ୟ କେନ୍ଦ୍ର କ୍ୟାବିନେଟରେ କୌଣସି ପଦ ଗ୍ରହଣ କରିବେ ନାହିଁ ବୋଲି ସେ ଦାବି କରିଛନ୍ତି। ଗୁରୁବାର ରାତିରେ ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବା ପରେ ସେ ଅସୁସ୍ଥ ଥିଲେ ବୋଲି ଶିବସେନା ନେତା କହିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com