Featuredଓଡ଼ିଶା

ବ୍ଲାଙ୍କେଟ ସିକ୍ୟୁରିଟି ଭିତରେ ପୁରୀ, ସମୁଦ୍ରରେ ଗାଧୋଇବା ମନା

ପୁରୀ: ଦିନ କେଇଟା ପରେ ଓଡ଼ିଶା ପାଳିବ ନୌସେନା ଦିବସ । ପୁରୀରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ । ସେଥିପାଇଁ ଚୂଡ଼ାନ୍ତ ପର୍ଯ୍ୟାୟରେ ସମସ୍ତ ପ୍ରକାରର ପ୍ରସ୍ତୁତି । କଡ଼ା ସୁରକ୍ଷା ଉପରେ ବିଶେଷ ବ୍ୟବସ୍ଥା କରାଯାଇଛି କାରଣ ଡିସେମ୍ବର ୪ରେ ନୌସେନା ଦିବସ । ଉତ୍ସବ ପାଳନ ପାଇଁ ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ ।

ବ୍ଲାଙ୍କେଟ ସିକ୍ୟୁରିଟି ମଧ୍ୟରେ ରହିବ ଶ୍ରୀକ୍ଷେତ୍ର । ସୁରକ୍ଷା ଦାୟିତ୍ବରେ ବରିଷ୍ଠ ପୋଲିସ ଅଧିକାରୀ ମୁତୟନ ରହିବେ । ୪ ତାରିଖ ଦିନ ସମୁଦ୍ର ସ୍ନାନ ଉପରେ କଟକଣା ଲଗାଯାଇଛି । କେହି ସମୁଦ୍ରରେ ସ୍ନାନ କରିପାରିବେନି । ଏନେଇ ଲାଇଫ ଗାର୍ଡ ଓ ପୋଲିସ ସମୁଦ୍ର ଉପରେ ତୀକ୍ଷ୍ମ ନଜର ରଖିବା ନେଇ ସୂଚନା ଦେଇଛନ୍ତି ପୁରୀ ଏସ୍‌ପି ବିନୀତ ଅଗ୍ରୱାଲ ।

Related Articles

Back to top button
WP Twitter Auto Publish Powered By : XYZScripts.com