Featuredଓଡ଼ିଶାରାଜନୀତି

ମାର୍ଚ୍ଚ ସୁଦ୍ଧା ସବୁ ଗାଁକୁ ଇଣ୍ଟରନେଟ୍‌ ସେବା: ମୁକେଶ ମହାଲିଙ୍ଗ

ଭୁବନେଶ୍ୱର: ରାଜ୍ୟରେ ଅପଗ୍ରେଡ ହେଉଛି ଟେଲିକମ ବ୍ୟବସ୍ଥା । ସୁବିଧା ହେବ ଇଣ୍ଟରନେଟ ସେବା । ୫ଜି ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବା ପାଇଁ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର । ଏନେଇ ବିଧାନସଭାରେ ମତ ରଖିଛନ୍ତି ସୂଚନା ଓ ବୈଷୟିକ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ରାଜ୍ୟରେ ୪୭ ହଜାର ୯୦୨ଟି ମୋବାଇଲ ଟାୱାର ଅଛି । ସେଥିରୁ ୧୨ ହଜାର ୬୦୨ଟି ୫ଜି ଟାୱାର ଅଛି । ଅଧିକ ୫ଜି ଟାୱାର ଅପଗ୍ରେଡ କରାଯାଉଛି ।

ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ସବୁ ଗାଁକୁ ଇଣ୍ଟରନେଟ୍‌ ସେବା ପହଞ୍ଚିବ । ଇଣ୍ଟରନେଟ୍‌ ସମସ୍ୟା ଦୂର କରିବାକୁ ଏଡିଏମ୍‌ଙ୍କ ଅଧ୍ୟକ୍ଷତାରେ ଟାସ୍କ ଫୋର୍ସ ଗଠନ ହୋଇଛି । ଟାୱାର ବସାଇବାକୁ ଜମି ଅଧିଗ୍ରହଣ ନେଇ ଟାକ୍ସ ଫୋର୍ସ କାମ କରିବ ବୋଲି ଗୃହରେ ଉତ୍ତର ରଖିଛନ୍ତି ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ । ପାହାଡିଆ ଅଞ୍ଚଳରେ ଟାୱାର ସଂଯୋଗୀକରଣ ହୋଇପାରିନି । କଂଗ୍ରେସ ବିଧାୟକ ନେତା ରାମଚନ୍ଦ୍ର କାଡାମଙ୍କ ତଥ୍ୟକୁ ସଠିକ କହିଛନ୍ତି ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ । ମୋହନ ସରକାର ଆସିବା ପରେ ଏନେଇ ପଦକ୍ଷେପମାନ ନିଆଯାଉଛି । ଖୁବ ଶୀଘ୍ର ମୋବାଇଲ ଓ ଇଣ୍ଟରନେଟ୍‌ ସେବା ମିଳିବ ।

Related Articles

Back to top button
WP Twitter Auto Publish Powered By : XYZScripts.com