ନୂଆଦିଲ୍ଲୀ: ବିଭିନ୍ନ ପ୍ରସଙ୍ଗକୁ ନେଇ ଅଷ୍ଟମ ଦିନରେ ସରଗରମ ସଂସଦ । ଦେଶରେ ଚାଷୀ, ରେଳ ତଥା ବୈଦେଶିକ ସମ୍ପର୍କ ପରି ପ୍ରମୁଖ ପ୍ରସଙ୍ଗରେ ଉଷ୍ମ ହେଲା ଶୀତ କାଳୀନ ଅଧିବେଶନ । ରେଲୱେ ଆମେଣ୍ଡମେଣ୍ଟ ବିଲ ୨୦୨୪ ଆଗତ କରିବାକୁ ବିଜେପି ପ୍ରସ୍ତୁତି କରିଛି । ରେଳ ଟିକେଟ ଉପରେ ରେଳ ବିଭାଗ ପ୍ରତିବର୍ଷ ୫୬ ହଜାର ୯୯୩ କୋଟିର ସବସିଡ ଦେଉଥିବା ନେଇ ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ବୀନୀ ବୈଷ୍ଣବ । ଆଉ କୃଷକଙ୍କ ସମସ୍ୟା ଉପରେ ଆଲୋଚନା କରିବାକୁ ରାଜ୍ୟସଭାରେ ଦାବି କରିଛନ୍ତି ବିରୋଧୀ । ଯାହାକୁ ନେଇ ଶାସକ ଓ ବିରୋଧୀଙ୍କ ମଧ୍ୟରେ ହୋହଲ୍ଲା ଦେଖିବାକୁ ମିଳିଛି ।ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖର ବିରୋଧୀ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ଏବଂ ଡ୍ରାମା କରୁଛନ୍ତି ବୋଲି କହିଛନ୍ତି । ଅନ୍ୟପକ୍ଷେ ଗୃହମନ୍ତ୍ରୀ ଅମିତ ଶାହା ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଧ୍ୟାଦେଶ ବିଲ ୨୦୨୪ ପାସ କରିବା ଉପରେ ଗୁରୁତ୍ବ ଦେଇଛନ୍ତି । ସେହିପରି ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଆଜି ଭାରତ-ଚୀନ ସମ୍ପର୍କ ଉପରେ ମନ୍ତବ୍ୟ ଦେବାର ଅଛି ।
Related Articles
Check Also
Close