Featuredଓଡ଼ିଶାରାଜନୀତି

ଆଦିବାସୀଙ୍କ ଜମିକୁ ନେଇ ଗୃହରେ ଏମିତି କହିଲେ ମନ୍ତ୍ରୀ ସୁରେଶ ପୂଜାରୀ

ଭୁବନେଶ୍ୱର: ଆଦିବାସୀଙ୍କ ଜମିକୁ ନେଇ ଉତ୍ତର ରଖିଲେ ମନ୍ତ୍ରୀ ସୁରେଶ ପୂଜାରୀ । କହିଲେ କେହି କରିପାରିବେନି ଦଖଲ । ଭୂସଂସ୍କାର ଆଇନକୁ ବଳରେ ଆଦିବାସୀ ପାଇପାରିବେ ଜମି ଫେରସ୍ତ । ଏହା ସହ ଡ଼ିସେମ୍ବର ୩୦ ସୁଦ୍ଧା ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ, ପ୍ରାଥମିକ ସ୍କୁଲରୁ ବିଶ୍ଵବିଦ୍ୟାଳୟ ଯାଏଁ ସମସ୍ତଙ୍କୁ ନିଜସ୍ୱ ଜମି ପଟ୍ଟା ଦିଆଯିବ ।

ମନ୍ତ୍ରୀଙ୍କ କହିବା ଅନୁସାରେ, ଭୂସଂସ୍କାର ଆଇନ ୧୯୬୦ ଅନୁସାରେ ଯଦି କେହି ଆଦିବାସୀ ଜମି କିଣନ୍ତି, ତାକୁ ବେଆଇନ ଘୋଷଣା କରି ଉଚ୍ଛେଦ ପ୍ରକ୍ରିୟା ଜରିଆରେ ସମ୍ପୃକ୍ତ ଆଦିବାସୀ ଲୋକଙ୍କୁ ଜମି ଫେରସ୍ତ ନିୟମ ରହିଛି । ଏପରି ୬୫୪ ମାମଲା ବିଚାରାଧୀନ ଅଛି । ସେହିପରି କେହି ଅଣ ଆଦିବାସୀ ଯଦି ଆଦିବାସୀ ଜମି କିଣନ୍ତି, ତାକୁ ବିଚାର କରିବା କ୍ଷମତା ଜିଲ୍ଲାପାଳଙ୍କୁ ଦିଆଯାଇଛି । ଏପରି ୮୮୧ ମାମଲା ବିଚାରାଧୀନ ଅଛି । ସେହିପରି ଯଦି ଚଞ୍ଚକତା କରି ଯଦି ଆଦିବାସୀ ଜମି ନିଆଯାଇଥାଏ, ତାହାର ଆବଶ୍ୟକତାକୁ ବିଚାର କରିବା କ୍ଷମତା ଉପ ଜିଲ୍ଲାପାଳଙ୍କୁ ଦିଆଯାଇଛି । ଯଦି ବିଚାର ନ ହୁଏ, ଉପଜିଲ୍ଲାପାଳ ଏହାକୁ ଅସିଦ୍ଧ ଘୋଷଣା କରି ପାରବେ । ଏହିପରି ୧୨୨୭୯ ମାମଲା ବିଚାରାଧୀନ ଥିବା ଗୃହରେ ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଉତ୍ତର ରଖିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com