ଭୁବନେଶ୍ୱର: ଆଜି ଘୋଷଣା ହୋଇପାରେ ରାଜ୍ୟସଭା ପ୍ରାର୍ଥୀଙ୍କ ନାଁ । ଘୋଷଣା କରିପାରେ ବିଜେପି । ଦୌଡରେ ନାଁ ଅନେକ । କିନ୍ତୁ ସମସ୍ତଙ୍କ ଆଗରେ ରହିଛନ୍ତି ସୁଜିତ କୁମାର । ପୂର୍ବରୁ ଏହି ରେସରେ ରାଜ୍ୟ ସଭାପତି ମନମୋହନ ସାମଲ ନଥିବା ଗଣମାଧ୍ୟମ ଆଗରେ ସେ ସ୍ପଷ୍ଟ କରିଛନ୍ତି । କିନ୍ତୁ ରାଜନୀତିରେ ଶେଷ ସମୟରେ ବାଜି ପଲଟି ଯାଇପାରେ ଏହାର କୌଣସି ଭରସା ନାହିଁ ।
ରାଜ୍ୟସଭା ସାଂସଦ ସୁଜିତ କୁମାର ଇସ୍ତଫା ଦେବାପରେ ଖାଲି ପଡ଼ିଥିବା ରାଜ୍ୟସଭା ପଦ ପାଇଁ ଆସନ୍ତା ଡିସେମ୍ବର ୧୦ ତାରିଖରେ ଉପ ନିର୍ବାଚନ ହେବ। ଆଗରୁ ନିର୍ବାଚନ କମିସନ ଏହାର ଘୋଷଣା କରିଥିଲେ। ରାଜ୍ୟସଭା ଉପନିର୍ବାଚନ ବିଜ୍ଞପ୍ତି ଅନୁଯାୟୀ ଡିସେମ୍ବର ୧୦ ତାରିଖ ପର୍ୟ୍ୟନ୍ତ ଆଶାୟୀମାନେ ନାମାଙ୍କନ ପତ୍ର ଦାଖଲ କରିପାରିବେ। ୧୧ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ। ଡିସେମ୍ବର ୧୩ ତାରିଖ ତାରିଖ ସୁଦ୍ଧା ପ୍ରାର୍ଥୀମାନେ ନିଜର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ।
ସୁଜିତ କୁମାର ରାଜ୍ୟସଭା ସଦସ୍ୟ ପଦ ସହ ବିଜେଡିରୁ ମଧ୍ୟ ଇସ୍ତଫା ଦେଇଥିଲେ। ଯାହାପରେ ସେ ବିଜେପିରେ ସାମିଲ ହୋଇଥିଲେ। ବର୍ତ୍ତମାନ ପଦ ଓଡ଼ିଶାରୁ ଗୋଟିଏ ରାଜ୍ୟସଭା ସିଟ୍ ଖାଲି ପଡ଼ିଥିବାରୁ ଉପ ନିର୍ବାଚନ ଅନୁଷ୍ଠିତ ହେବ।