ଭୁବନେଶ୍ୱର: କରାଯାଇନି ବିଧିବଦ୍ଧ ଘୋଷଣା । କିନ୍ତୁ ଆକଳନ ଏକ ଦମ୍ ସ୍ପଷ୍ଟ । ନିଜ ସ୍ଥାନକୁ ପୁଣି ଫେରିବେ ସାଂସଦ । ଆମେ କହୁଛୁ ସୁଜିତ କୁମାରଙ୍କ କଥା । ପୂର୍ବତନ ସାଂସଦ ଏକା ସଙ୍ଗେ ପଦ ଓ ଦଳ ବିଜେଡିକୁ କରିଥିଲେ ତ୍ୟାଗ । ତେବେ ଆଜି ସେ ବିଜେପି ପକ୍ଷରୁ ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିବାକୁ ଯାଉଛନ୍ତି ବୋଲି ଚର୍ଚ୍ଚା ହେଉଛି । ଏକଥା ବିଜେପି କିମ୍ବା ସୁଜିତଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇନଥିବା ବେଳେ ପୂର୍ବରୁ ଗଣମାଧ୍ୟମ ଆଗରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ବଡ଼ ଖୁଲାସା କରିଥିଲେ । ସେ କହିଥିଲେ ଯେ ସେ ଏହି ରେସରେ ନାହାନ୍ତି । ହାଇ କମାଣ୍ଡ ଯାହା ନିଷ୍ପତ୍ତି ନେବେ ତାହା ହିଁ ଚୂଡ଼ାନ୍ତ ନିଷ୍ପତ୍ତି ହେବ ବୋଲି ସେ କହିଥିଲେ । ଆସନ୍ତାକାଲି ନାମାଙ୍କନ ଦାଖଲ ଶେଷ ତାରିଖ ଥିବା ବେଳେ ୨୦ ତାରିଖରେ ରାଜ୍ୟସଭା ଉପ ନିର୍ବାଚନ ରହିଛି। ୧୧ ତାରିଖ ନାମାଙ୍କନ ଯାଞ୍ଚ ହେବ ଓ ୧୩ ତାରିଖ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ରହିଛି।
Related Articles
Check Also
Close
-
ଜମତରା ଗ୍ୟାଙ୍ଗ୍ର ୩ ସଦସ୍ୟ ଗିରଫ, ଲକ୍ଷେ ୧୩ ହଜାର ଟଙ୍କା ଜବତFebruary 15, 2022