Featuredଓଡ଼ିଶାରାଜନୀତି

ମିଶନଶକ୍ତି ମହିଳାମାନଙ୍କ ବିରୋଧରେ ଷଡଯନ୍ତ୍ର କରୁଛନ୍ତି ରାଜ୍ୟ ବିଜେପି ସରକାର

ଭୁବନେଶ୍ୱର: ମୁହଁ ଖୋଲିଲେ ନବୀନ । ଖାଲି ମୁହଁ ଖୋଲିଲେ ତାହା ନୁହେଁ, ସରକାରଙ୍କୁ ଶାଣିତ ସ୍ୱରରେ ବିରୋଧ ମଧ୍ୟ କଲେ । କହିଲେ ବିଜେପି ସରକାର କରୁଛନ୍ତି ଷଡଯନ୍ତ୍ର । ମିଶନଶକ୍ତି ମହିଳାମାନଙ୍କ ଦରମା ରୋକିବା ପାଇଁ କରାଯାଉଛି ସାଜିସ୍ । ବକେୟା ଦରମା ସହ ଅନ୍ୟାନ୍ୟ ୯ ଦାବି ନେଇ ବିଜୁ ଶ୍ରମିକ ସାମ୍ମୁଖ୍ୟ ସହ ଅନୁବନ୍ଧିତ ଜିପିଏଲ୍‌ଏଫ ମିଶନଶକ୍ତି ମହିଳାମାନେ ମଙ୍ଗଳବାର ଲୋୟର ପିଏମ୍‌ଜିର ଗାନ୍ଧୀମାର୍ଗରେ ଧାରଣାରେ ବସିଛନ୍ତି। ଏହାକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି।

ଏହା ସହ ମହିଳାଙ୍କ ଦରମା ରୋକିବାକୁ ଷଡ଼ଯନ୍ତ୍ର କରାଯାଉଛି । ଏହାକୁ ବିଜେଡି ଦୃଢ ନିନ୍ଦା କରୁଛି ବୋଲି ଗଣମାଧ୍ୟମ ଆଗରେ ନବୀନ ପ୍ରକାଶ କରିଛନ୍ତି। ୭୦ ଲକ୍ଷରୁ ଅଧିକ ମହିଳା ମିଶନ ଶକ୍ତିରେ କାମ କରୁଛନ୍ତି। ବିଜେଡି ସବୁବେଳେ ମିଶନ ଶକ୍ତି ସହ ରହିଛି ବୋଲି ନବୀନ କହିଛନ୍ତି। ଅନ୍ୟପକ୍ଷେ ମିଶନଶକ୍ତି ମହିଳାଙ୍କ ଧାରଣାରେ ବିଜେଡି ସହ କଂଗ୍ରେସ ମଧ୍ୟ ସାମିଲ ହୋଇଛି। ବକେୟା ଦରମା ସହ ବିଭିନ୍ନ ଦାବିରେ ମହିଳାଙ୍କ ଧାରଣା ଜାରି ରହିଛି।

Related Articles

Back to top button
WP Twitter Auto Publish Powered By : XYZScripts.com