
ଭୁବନେଶ୍ୱର: ଗାନ୍ଧିମାର୍ଗରେ ଗର୍ଜନ । ଉଠୁଛି ପଡୁଛି ରାଜଧାନୀର ଲୋୟର ପିଏମଜି । ହଜାର ହଜାର ସଂଖ୍ୟାରେ ଏକାଠି ହୋଇଛନ୍ତି ଅଙ୍ଗନୱାଡ଼ି କର୍ମୀ । ବିଭିନ୍ନ ଦାବି ନେଇ ନିଖିଳ ଓଡ଼ିଶା ଅଙ୍ଗନବାଡ଼ି କର୍ମୀ ସଂଘ ପକ୍ଷରୁ ସୋମବାର ଭୁବନେଶ୍ଵର ଲୋୟର ପିଏମଜିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସରକାରୀ ମାନ୍ୟତା ସାଙ୍ଗକୁ ଦରମା ବୃଦ୍ଧି, ବହିଷ୍କାର ହୋଇଥିବା କର୍ମୀଙ୍କୁ ପୁନଃନିଯୁକ୍ତି ସମେତ ୧୧ ଦଫା ଦାବିରେ ହଜାର ହଜାର ସଂଖ୍ୟକ ଅଙ୍ଗନବାଡ଼ି କର୍ମୀ ଏବଂ ସହାୟିକା ଏକ ବିରାଟ ପଟୁଆରରେ ବିଧାନସଭା ଅଭିମୁଖେ ଯାତ୍ରା କରିଛନ୍ତି।




