Featuredଓଡ଼ିଶା

ଓଡ଼ିଶାକୁ ବର୍ଷା ଆଲର୍ଟ, ଚାଷୀଙ୍କୁ ଫସଲ ନଷ୍ଟ ଭୟ

ଭୁବନେଶ୍ୱର: ଓଡ଼ିଶାକୁ ବର୍ଷା ଆଲର୍ଟ । ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା । ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ବର୍ଷା ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । ଦକ୍ଷିଣ ଓ ଦକ୍ଷିଣ ଉପକୂଳ ସମେତ ଉପକୂଳ ଓଡ଼ିଶାର କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଆଗାମୀ ୫ ଦିନ ପାଗ ପ୍ରାୟତଃ ଶୁଖିଲା ସହ ମେଘୁଆ ଓ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ଅଛି। ୧୯ ତାରିଖରେ ପାଗ ମେଘୁଆ ରହିବ।

ଉପକୂଳ ଓଡ଼ିଶାର କିଛି ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି। ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ଅଛି। ୨୧ ତାରିଖରେ ହାଲୁକାରୁ ଅତ୍ୟନ୍ତ ହାଲୁକା ବର୍ଷା ହେବାର ଅଛି। ପାଗ ମେଘୁଆ ଥିବାରୁ ଗୋଟେ କିମ୍ବା ୨ଟି ସ୍ଥାନରେ ହାଲୁକା କୁହୁଡି ଦେଖାଯିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ।

ସେପଟେ ଚାଷୀଙ୍କୁ ଘାରିଛି ବର୍ଷା ଭୟ। ଦକ୍ଷିଣ ଓଡ଼ିଶା ପାଇଁ ପାଣିପାଗ ବିଭାଗ ପକ୍ଷରୁ ବର୍ଷା ସତର୍କ ସୂଚନା ଜାରି କରାଯାଇଛି। ଯାହାକୁ ନେଇ କୋରାପୁଟ ଲକ୍ଷ୍ମୀପୁର ଅଞ୍ଚଳର ଧାନ ଚାଷୀ ଏବେ ଚିନ୍ତାରେ। ଅନେକ ସ୍ଥାନରେ ଧାନ କଟା ସଂପୂର୍ଣ୍ଣ ହୋଇନଥିବାବେଳେ କେତେକ ଚାଷୀ ଖଳାରେ ଗଦା ହୋଇଥିବା ଏକର ଏକର ଫସଲର ଧାନ ନଷ୍ଟ ହେବା ଆଶଙ୍କାରେ ଅଛନ୍ତି। ତେବେ ପୁରୀ, କେନ୍ଦ୍ରାପଡା, ଗଜପତି, ଜଗତସିଂହପୁର, କୋରାପୁଟ, ରାୟଗଡ଼ା ଜିଲ୍ଲା ମାନଙ୍କରେ ହାଲୁକା ବର୍ଷା ରହିଥିବା ବେଳେ ଗୋଟିଏ ଦୁଇଟି ସ୍ଥାନରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି।

Related Articles

Back to top button
WP Twitter Auto Publish Powered By : XYZScripts.com