
ନୂଆଦିଲ୍ଲୀ: ସରଗରମ ମାହୋଲ ଭିତରେ ସଂସଦରେ ଆଜି ବସିବାକୁ ଯାଉଛି ପ୍ରାକ୍ ବଜେଟ୍ ବୈଠକ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ । ଏଥିରେ ସବୁ ରାଜ୍ୟର ଅର୍ଥମନ୍ତ୍ରୀ ସାମିଲ ହେବେ । ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଆସନ୍ତା ଫେବ୍ରୁଆରୀ ୧ ତାରିଖରେ ବଜେଟ୍ ଆଗତ ହେବ । ଏହା ପୂର୍ବରୁ ଆଜି ଏହି ବୈଠକ ବସୁଛି ।
ତେବେ ଓଡ଼ିଶା ଶାସନ କଳରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଖୋଦ୍ ଅର୍ଥ ବିଭାଗର ଦାୟିତ୍ୱରେ ଅଛନ୍ତି । ତେଣୁ ବୈଠକରେ ସାମିଲ ହେବା ପାଇଁ ଦିଲ୍ଲୀ ଗସ୍ତରେ ଅଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ । ପ୍ରାକ୍ ବଜେଟ୍ରେ ଓଡ଼ିଶାର ଦାବି ରଖିବେ ମୋହନ ମାଝୀ ।