
ତେଲେଙ୍ଗାନା: ଦୀର୍ଘ ସମୟର ପଚରାଉଚୁରା ପରେ ଘରକୁ ଫେରିଲେ ଅଭିନେତା ଅଲ୍ଲୁ ଅର୍ଜୁନ । ପାଖାପାଖି ୪ ଘଂଟାର ଜେରା ପରେ ଅର୍ଜୁନଙ୍କୁ ଛାଡ଼ିଛି ତେଲେଙ୍ଗାନା ପୁଲିସ । ଦିନ ୧୧ଟାରୁ ଅଲ୍ଲୁ ଅର୍ଜୁନ ଥାନାରେ ପହଞ୍ଚିଥିବା ପରେ ତାଙ୍କୁ ଜେରା ଆରମ୍ଭ କରାଯାଇଥିଲା। ଏସିପି ରମେଶଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ପୁଲିସ୍ ଟିମ ଅଲ୍ଲୁଙ୍କୁ ଜେରା କରିଥିଲା। ବିଶେଷ କରି ଦଳାଚକଟା ଘଟଣା ଦିନ କ’ଣ ସବୁ ହୋଇଥିଲା, ସେବିଷୟରେ ଅଲ୍ଲୁଙ୍କୁ ପଚରାଯାଉଛି। ଡିସେମ୍ବର ୪ ସନ୍ଧ୍ୟା ହଲ ଦଳା ଚକଟା ଘଟଣାରେ ପୁଲିସ୍ ତାଙ୍କୁ ଆଜି ଜେରା କରିଥିଲା।